Latest Odisha News

BREAKING NEWS

ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ କୋହଲି

ରାଜକୋଟ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ନିଜ ନାମରେ ଆଉ ଏକ ଉପଲବ୍ଧି ଯୋଡିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିଛନ୍ତି । ସଚିନ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୫୦ ରନ କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଗରେ ରହିଥିଲେ । କୋହଲି ଏବେ ୧୭୭୩ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି । ଭଲ ଫର୍ମରେ ଥିବା କୋହଲି ୨୯ ବଲରେ ୨୩ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ କ୍ରିଷ୍ଟିଆନ କ୍ଲାର୍କଙ୍କ ଏକ ବଲ ତଳୁଆ ରହିବା ଯୋଗୁ କୋହଲି ଆଉଟ ହୋଇ ଯାଇଥିଲେ ।

ପ୍ରଥମ ମ୍ୟାଚରେ ୯୩ ରନ କରି ଶତକ ହାସଲରୁ କୋହଲି ବଂଚିତ ହୋଇଥିଲେ । ଏବେ ୨୩ ରନ କରି ଆଉଟ ହେବା ପରେ ପ୍ରଶଂସକମାନେ ନିରାଶ ହୋଇ ପଡିଛନ୍ତି । କୋହଲି ଆଉଟ ହେବା ପରେ କେଏଲ ରାହୁଲଙ୍କ ଆକର୍ଷଣୀୟ ଶତକ ଯୋଗୁ ଭାରତ ୨୮୪ ରନର ଭଲ ସ୍କୋର କରିପାରିଛି । ରାହୁଲ ୭୯୩ ଦିନ ପରେ ଦିନିକିଆ କ୍ରିକେଟ ଶତକ ମାରିଛନ୍ତିି । ସେ ଶତକ ମାରିବା ପରେ ହୁଇସିଲ ବଜାଇ ଖୁସୀ ମନାଇଥିଲେ ।

Leave A Reply

Your email address will not be published.