Latest Odisha News

BREAKING NEWS

ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ

ନୂଆଦିଲ୍ଲୀ: ମାଳି ଦେଶରୁ ଫୁଟବଲ ଖେଳକୁ ନେଇ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଏକ ଫୁଟବଲ ଟିମ ମ୍ୟାଚ ଜିତିବା ପାଇଁ ତାନ୍ତ୍ରିକଙ୍କ ସହାୟତା ନେଇଥିଲେ । ତାନ୍ତ୍ରିକ ମଧ୍ୟ ମୋଟା ଅଙ୍କର ଅର୍ଥ ନେଇ ମନ୍ତ୍ର ଶକ୍ତିରେ ମ୍ୟାଚ ଜିତାଇ ଦେବ ବୋଲି ଆଶ୍ୱସନା ଦେଇଥିଲା । ମାତ୍ର ଟିମ ହାରିଯାଇଥିଲା । ରିପୋର୍ଟ ମୁତାବକ ଏହା ପରେ ସମ୍ପୂର୍ଣ୍ଣ ଟିମ ପୋଲିସର ଆଶ୍ରୟ ନେଇଥିଲେ । ପୋଲିସ କରାମୋଗୋ ସିନିୟୋକୋ ନାମକ ଏହି ତାନ୍ତ୍ରିକକୁ ଗିରଫ କରିଛି । ଆଫ୍ରିକା କପ ନେଶନ୍ସରେ ସେନଗାଲକୁ ମାଳି ହରାଇବ ବୋଲି ସେ କହିଥିଲେ । ଏଥିପାଇଁ ଆଧ୍ୟାତ୍ମିକ ପଦ୍ଧତି ଅବଲମ୍ବନ କରାଯିବା ପାଇଁ ସେ ଅର୍ଥ ମାଗିଥିଲେ ।

ମାଳି ମ୍ୟାଚ ହାରିଯିବା ପରେ ଏହା ପରେ ପ୍ରଶଂସକମାନେ ତାନ୍ତ୍ରିକ ଘରେ ପଶି ଭଙ୍ଗାରୁଜା କରିବା ସହ ମାଡ ମାରିଥିଲେ । ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ସିନିୟୋକୋଙ୍କ କହିବା ଅନୁସାରେ ପୂର୍ବରୁ ମୋ ଭବିଷ୍ୟବାଣୀ ଅନୁସାରେ ଦଳ ଜିତିବା ପରେ ପ୍ରଶଂସକମାନେ ମୋତେ ପ୍ରଶଂସା ଓ ଭକ୍ତି କରିଥିଲେ । ଏବେ ହାରିବା ପରେ ରାଗୁଛନ୍ତି । ମୁଁ କଣ ଭଗବାନ । ମୋ କର୍ତବ୍ୟ କରିଛି, ଈଶ୍ୱରଙ୍କ ଇଚ୍ଛା ଅଲଗା ଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.