Latest Odisha News

BREAKING NEWS

ମହାକାଶରୁ ରିପୋର୍ଟ ଦେବ ‘ବ୍ୟୋମ ମିତ୍ର’; ଦେଖନ୍ତୁ, କିପରି ଏହା ନିଜ ବିଷୟରେ ଦେଉଛି ସବିଶେଷ ତଥ୍ୟ

ବେଙ୍ଗାଲୁରୁ: ସାମ୍ନାକୁ ଆସିଲା ହାପ୍ ହ୍ୟୁମାନଏଡ ‘ବ୍ୟୋମ ମିତ୍ର’ର ପ୍ରଥମ ଝଲକ । ଚେହେରା ପୁରାପରୀ ମଣିଷ ଭଳି । ମଣିଷଙ୍କ ଭଳି କଥା କୁହେ ଓ ମଣିଷଙ୍କୁ ଚିହ୍ନି ବି ପାରେ । ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇପାରେ ଏହି ରୋବୋଟ । ଏହା ଏକ ମେସିନ କିନ୍ତୁ କୌଣସି ଗୁଣରେ ମଣିଷଠୁ କମ୍ ନୁହେଁ । ସାମ୍ବାଦିକ ସମ୍ମିଳନୀ କରି ଇସ୍ରୋ ପକ୍ଷରୁ ଆଜି ଏହି ହ୍ୟୁମାନଏଡକୁ ଗଣମାଧ୍ୟମ ସାମ୍ନାକୁ ଅଣାଯାଇଥିଲା । ଏହି ସମ୍ବାଦିକ ସମ୍ମିଳନୀରେ ରୋବୋଟ୍ ସମସ୍ତଙ୍କୁ ସମ୍ବୋଧିତ କରି ନିଜକୁ ଏକ ପ୍ରକାରର ପ୍ରଥମ ପ୍ରୋଟୋଟାଇପ ବୋଲି ପରିଚିତ କରାଇଥିଲା ।

ବ୍ୟୋମ ମିତ୍ର କିଏ?

୨୦୨୨ରେ ମହାକାଶକୁ ଯିବ ମାନବବିହୀନ ମହାକାଶ ଯାନ ‘ଗଗନଯାନ’ । ଏଥିରେ ପ୍ରଥମ କରି ମହାକାଶଚାରୀଙ୍କ ବଦଳରେ ହ୍ୟୁମାନଏଡ୍ ଅନ୍ତରୀକ୍ଷକୁ ଯିବ । ଆଉ ଏହି ହ୍ୟୁମାନଏଡ ହେଉଛି ‘ବ୍ୟୋମ ମିତ୍ର’ । ଗଗନଯାନ ପ୍ରକଳ୍ପର ମହତ୍ୱାକାଂକ୍ଷୀ ମାନବଯୁକ୍ତ ଅନ୍ତରୀକ୍ଷ ଅଭିଯାନ ଲାଗି ଏହି ‘ବ୍ୟୋମ ମିତ୍ର’ ବିଶେଷ ସହାୟକ ହେବ । ଇସ୍ରୋ ୨୦୨୨ ମସିହାର ଆରମ୍ଭରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବ । କିନ୍ତୁ ତା ପୂର୍ବରୁ ବ୍ୟୋମ ମିତ୍ର ଅନ୍ତରୀକ୍ଷକୁ ଯାଇ ମହାକାଶର ନୂଆ ତଥା ଅଜଣା ତଥ୍ୟ ପ୍ରଦାନ କରିବ । ଏହି ହାପ ହ୍ୟୁମାନଏଡ ହେଉଛି ଜଣେ ମହିଳା । ଯାହାର ଅଂଟାରୁ ତଳକୁ ନାହିଁ ।

୨୦୧୯ରେ ଇସ୍ରୋ ମୁଖ୍ୟ କେ. ଶିବନ ପ୍ରଥମ କରି ‘ବ୍ୟୋମ ମିତ୍ର’ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ହ୍ୟୁମାନଏଡ୍ ପ୍ରାୟ ପ୍ରସ୍ତୁତ ହୋଇଯାଇଛି । ଏହ ମିଶନରେ ଆମେ ଚାହୁଁଛୁ ଆମେ ମହାକାଶକୁ ମଣିଷ ପଠାଇ ପୁଣି ଫେରାଇ ଆଣିବାର କ୍ଷମତା ରଖିଛୁ ।

ଇସ୍ରୋ ଏହି ହ୍ୟୁମାନଏଡକୁ ପ୍ରକୃତ ମିଶନ ବା ମହାକାଶଚାରୀକୁ ଯିବାକୁ ଥିବା ମିଶନ ପୂର୍ବରୁ ପଠାଇବ । ସୂଚନା ମୁତାବକ ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କ ଚଳିତ ବର୍ଷ ରୁଷ ଠାରେ ଟ୍ରେନିଂ ହେବ । ଗଗନଯାନର ଡିଜାଇନ ପ୍ରାୟ ସରିଯାଇଥିବା ବେଳେ ଏହାର ଆହୁରି ଅନେକ ପରୀକ୍ଷଣ ହେବାର ଅଛି ବୋଳି ଇସ୍ରୋ ମୁଖ୍ୟ କହିଛନ୍ତି ।

Leave A Reply

Your email address will not be published.