ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଅନ୍ତର୍ଗତ ଧମତରୀ ଜିଲ୍ଲା ପୋଲିସ ଆଗରେ ୯ ଜଣ କୁଖ୍ୟାତ ମାଓବାଦୀ ଆତ୍ସମମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜ ମହିଳା କ୍ୟାଡର ରହିଛନ୍ତି l ଧମତରୀ ଜିଲ୍ଲାରେ ସକ୍ରିୟ ଥିବା ଏହା ମାଓବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଅଟେ ବୋଲି କୁହାଯାଉଛି ।
ସମସ୍ତ ମାଓବାଦୀ ରାୟପୁର ରେଞ୍ଜର ପୋଲିସ ମହାନିରୀକ୍ଷକ (ଆଇଜି) ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ୯ଟି ଅଟମେଟିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ୯ ଜଣ ହାର୍ଡକୋର ମାଓବାଦୀ । ଏହି ମାଓବାଦୀମାନେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ ଏବଂ ଅନେକ ଘଟଣାରେ ଜଡିତ ରହିଥିଲେ ।
ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ସହ ରାସ୍ତା ନିର୍ମାଣ ପ୍ରକଳ୍ପରେ ବାଧାଦେବା, ଧମକ ଏବଂ ବିସ୍ଫୋରଣ ଭଳି ଘଟଣାରେ ସେମାନଙ୍କର ଭୂମିକା ରହିଥିଲା । ଏମାନଙ୍କ ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।