Latest Odisha News

BREAKING NEWS

ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶକୁ ଆଉଟ କରିଦେଇଛି । ଶନିବାର ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ବିଶ୍ୱକପରେ ସାମିଲ କରାଯାଇଛି । ଭାରତରେ ମ୍ୟାଚ ନ ଖେଳିବା ନିଷ୍ପତି ବାଂଲାଦେଶ ବୋର୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଫେବୃୟାରୀ ୨୦୨୬ରୁ ବିଶ୍ୱକପ ଆରମ୍ଭ ହେବ । ଭାରତ ବାହାରେ ମ୍ୟାଚ କରିବା ପାଇଁ ବାଂଲାଦେଶ ଜିଦ ଧରିଥିଲା । ଆଇସିସି ଏହାକୁ ଗ୍ରହଣ କରି ନ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି ।

ଆଇସିସି ବିସିବି ଚେୟାରମ୍ୟାନଙ୍କୁ ଇମେଲ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ନେପାଳ ଓ ଇଟାଲୀ ସହ ସ୍କଟଲାଣ୍ଡ ମ୍ୟାଚ ଖେଳିବ । ଫେବୃୟାରୀରେ ୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସ୍କଟଲାଣ୍ଡ ତାର ଅଭିଯାନ ଆରମ୍ଭ କରିବ । ସ୍କଟଲାଣ୍ଡର ଏହା ୭ମ ଟି୨୦ ବିଶ୍ୱକପ ହେବ । ଏହା ପୂର୍ବରୁ ୬ଟି ଏଡିଶନରେ ସ୍କଟଲାଣ୍ଡ ୨୨ ମ୍ୟାଚ ଖେଳି ୭ରେ ବିଜୟ ହାସଲ କରିଛି । ସ୍କଟଲାଣ୍ଡ ତାକୁ ମିଳିଥିବା ସୁଯୋଗ ହାତଛଡା କରିବ ନାହିଁ ବୋଲି କହିଛି । ଏବେ ପାକିସ୍ତାନ କ୍ରିକେଟ ବୋର୍ଡର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.