ଭୁବନେଶ୍ବର: ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ । ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଚାରିଆଡେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ଅବସରରେ ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି ।
ଏହାସହ ଭବ୍ୟ ପରେଡ ଆରମ୍ଭ ହୋଇଯାଇଛି । ପରେଡ୍ରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ୪୫ ବାଳକ, ୩୫ ବାଳିକା ୭ଟି ବୁଲେଟରେ ଶ୍ରୀଶକ୍ତିରୁ ‘ଅପରେସନ୍ ସିନ୍ଦୂର’ ବାର୍ତ୍ତା ଦେଇଛନ୍ତି । ଅଭିବାଦନ ଗ୍ରହଣ କରୁଛନ୍ତି ରାଜ୍ୟପାଳ ।