ଭୁବନେଶ୍ବର: ଛାତ ଉପରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗରରେ ଏହି ଘଟଣା ଘଟିଛି । ବାଣ ବିସ୍ଫୋରଣରେ ପରେ ସେ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡିଛି । ବିନା ଲାଇସେନ୍ସରେ ବାଣ ଭିଡ଼ୁଥିବା ନେଇ ମଧ୍ୟ ସୂଚନା ମିଳିଛି ।
ଆହାତ ହୋଇଥିବା ଶାହାନଓ୍ବାଜ ମଲ୍ଲିକଙ୍କ ସହ ତାଙ୍କ ମାଆ ଓ ତାଙ୍କ କିଛି ସାଙ୍ଗ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିତ୍କିସା କରାଯାଇଥିଲା । ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହାତଙ୍କ ଭିତରେ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।