ବିଶାଖାପାଟଣା: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୫୦ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୨୧୫ ରନ କରିଥିଲା । ଟିମ ସେଇଫର୍ଟ ୬୨ ଓ ଡେଭନ କନୱେ ୪୪ ରନର ଇନିଂସ ଖେଳିଥିଲେ । କୂଲଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ୨୧୬ ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ଅଭିଷେକ ଶର୍ମା ୦, ସୂର୍ଯ୍ୟକୁମାର ଯାଦବ ୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ କରିଥିଲେ । ଦୁବେ ୨୩ ବଲରୁ ୬୫ ଓ ରିଙ୍କୁ ସିଂ ୩୯ ରନର ଇନିଂସ ଖେଳିଥିଲେ । ଦୁବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହେବା ଯୋଗୁ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା । ନ୍ୟୁଜିଲାଣ୍ଡର ମିଚେଲ ସାଂଟେନର ୩ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସେଇଫର୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।