ନୂଆଦିଲ୍ଲୀ: ଖରାପ ଫର୍ମରେ ରହିଥିବା ପାକିସ୍ତାନର ବାବର ଆଜମ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିଛନ୍ତି । ତୃତୀୟ ଟି୨୦ରେ ବାବର ୩୬ ବଲରେ ୫୦ ରନ କରିଥିଲେ । ଏହା ତାଙ୍କ କ୍ୟାରିୟରର ୩୯ତମ ଅର୍ଦ୍ଧଶତକ ଥିଲା । ତେବେ ଦଳ ୨୦୦ରୁ ଊର୍ଦ୍ଧ୍ୱ ରନ କରିଥିବା ବେଳେ ଏହା କିନ୍ତୁ ଧୀମା ଅର୍ଦ୍ଧଶତକ ତାଲିକାରେ ରହିଛି । ପୂର୍ବରୁ ବିରାଟ କୋହଲି ୧୨୫ ମ୍ୟାଚରେ ୩୮ ଅର୍ଦ୍ଧଶତକ ମାରି ଶୀର୍ଷ ସ୍ଥାନରେ ରହିଥିଲେ ।
ବାବର ନିକଟରେ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ । ଏହି ତାଲିକାରେ ୩୨ ଅର୍ଦ୍ଧଶତକ ସହ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ମହମ୍ମଦ ରିଜୱାନ(୩୦ ବଲ) ଓ ଡେଭିଡ ୱାର୍ଣ୍ଣର(୨୮ ବଲ) ୪ର୍ଥ ଏବଂ ୫ମ ସ୍ଥାନରେ ରହିଛନ୍ତି । ତୃତୀୟ ଟି୨୦ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୨୦୭ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୯୬ ରନ କରି ଅଲଆଉଟ ହୋଇ ଯାଇଥିଲା ।