Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଖେଳିବା ନେଇ ପାକିସ୍ତାନ ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ବିଶ୍ୱକପରେ ଖେଳିବା ପାଇଁ ରାଜି ହୋଇଥିବା ବେଳେ ଫେବୃୟାରୀ ୧୫ରେ କଲମ୍ବୋରେ ଭାରତ ସହ ମ୍ୟାଚ ଖେଳିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିଛି । ଫେବୃୟାରୀ ୭ରୁ ବିଶ୍ୱକପ ଆରମ୍ଭ ହେବ । ଏହାକୁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ ଉଭୟ ନିରପେକ୍ଷ ସ୍ଥାନରେ ମ୍ୟାଚ ଖେଳିବେ ବୋଲି ସ୍ଥିର ହୋଇଥିଲା । ପାକିସ୍ତାନ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ ।

ଫେବୃୟାରୀ ୧୫ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ସ୍ଥିର ହୋଇଥିଲା । ଏବେ ଏଥିରୁ ପାକିସ୍ତାନ ଓହରିଯାଇଛି । ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଗ୍ରୁପ ପର୍ଯ୍ୟାୟର ଅନ୍ୟ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ରାଜି ଅଛି । ପାକିସ୍ତାନ ଏହି ନିଷ୍ପତି ନେବା ଯୋଗୁ ୨ ପଂଏଟ ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ଭାରତ-ପାକିସ୍ତାନ ମ୍ୟାଚ ମାଧ୍ୟମରେ ଆଇସିସି ସର୍ବଦା ମୋଟା ଅଙ୍କର ଅର୍ଥ ରୋଜଗାର କରିଥାଏ । ଏବେ ଏଥିରେ କ୍ଷତି ସହିବା ଏକପ୍ରକାର ନିଶ୍ଚିତ ହୋଇଛି । ବାଂଲାଦେଶକୁ ଟି୨୦ ବିଶ୍ୱକପରୁ ହଟାଯିବା ପରେ ପାକିସ୍ତାନ ଏବେ ଏହି ନିଷ୍ପତି ନେଇଛି ।

Leave A Reply

Your email address will not be published.