ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ୫ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଖେଳାଳିମାନେ ଏକାକୀ ମ୍ୟାଚର ଗତିପଥ ବଦଳାଇ ଦେବାର ଦକ୍ଷତା ରଖିଛନ୍ତି । ଆସନ୍ତୁ ଏହି ଅଲରାଉଣ୍ଡରମାନଙ୍କ ଉପରେ ନଜର ପକାଇବ । ଆଫଗାନିସ୍ତାର ରଶିଦ ଖାଁ ଉଭୟ ବ୍ୟାଟ ଓ ବଲରେ କମାଲ କରି ଆସୁଛନ୍ତି ।
ରଶିଦ ଭଲ ସ୍ପିନର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ପରେ ସେ ବ୍ୟାଟିଂ ପ୍ରତି ମନୋନିବେଶ କରିଥିଲେ ଏବଂ ଦଳର ମୂଖ୍ୟ ଖେଳାଳି ସାଜିଛନ୍ତି । ସେ ୧୧୧ ଟି୨୦ରେ ୧୮୭ ୱିକେଟ ନେବା ସହ ୬୦୨ ରନ କରିଛନ୍ତି । ଅଷ୍ଟ୍ରେଲିଆର କ୍ୟାମେରୁନ ଗ୍ରୀନ ମାତ୍ର ୨୪ଟି ମ୍ୟାଚ ଖେଳି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ସେ ୬୧୪ ରନ କରିଥିବା ବେଳେ ୧୩ଟି ୱିକେଟ ନେଇଛନ୍ତି ।
ଭାରତର ଯୁବ ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ନିଜକୁ ଏକ ମ୍ୟାଚ ବିଜେତା ଭାବେ ପ୍ରମାଣିତ କରି ସାରିଛନ୍ତି । ସେ ୫୫ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୭୫୬ ରନ କରିଥିବା ବେଳେ ୨୬ ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡର ସ୍ୟାମ କରନ ୬୬ଟି ମ୍ୟାଚ ଖେଳି ୪୭୧ ରନ କରିବା ସହ ୬୦ ୱିକେଟ ନେଇଛନ୍ତି । ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ମଧ୍ୟ ପଛରେ ନାହାନ୍ତି । ସେ ୮୯ଟି ମ୍ୟାଚ ଖେଳି ୭୪୭ ରନ କରିବା ସହ ୯୮ ୱିକେଟ ନେଇଛନ୍ତି । ଏହି ସମସ୍ତ ଅଲରାଉଣ୍ଡର ଆବଶ୍ୟକ ପଡିଥିବା ବେଳେ ଲମ୍ବା ଶଟ ଖେଳନ୍ତିି ଏବଂ ୱିକେଟ ମଧ୍ୟ ଅକ୍ତିଆର କରିଥାନ୍ତି ।