Latest Odisha News

BREAKING NEWS

ରିୟାନ ପରାଗ ହେବେ ରାଜସ୍ଥାନ ରୟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ନୂତନ ଅଧିନାୟକ ମିଳିଛି । ରିପୋର୍ଟ ମୁତାବକ ରିୟାନ ପରାଗଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ପାଇଁ ଟିମ ମ୍ୟାନେଜମେଂଟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି । ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବେ । ୨୪ ବର୍ଷୀୟ ପରାଗ ରାଜସ୍ଥାନ ଟିମ ସହିତ ୨୦୧୯ରୁ ଜଡିତ ଅଛନ୍ତି । ସଞ୍ଜୁଙ୍କ ଅନୁପସ୍ଥିତିରେ ପରାଗ ୮ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ ।

ଏଥିରେ ରାଜସ୍ଥାନ ୨ଟି ମ୍ୟାଚରେ ବିଜୟ ହାସଲ କରିଥିଲା । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ୯୫ ରନର ଇନିଂସ ଖେଳିଥିଲେ । ଅଧିନାୟକ ପଦ ଘୋଷଣା କରିବା ପୂର୍ବରୁ ମୂଖ୍ୟ କୋଚ କୁମାର ସଙ୍ଗକାରା ଦଳର କେତେକ ଖେଳାଳିଙ୍କ ସାକ୍ଷାତକାର ନେଇଥିଲେ । ଏଥିରେ ପରାଗ ଆଗରେ ରହିଛନ୍ତି । ସେ ୮୪ ଆଇପିଏଲ ମ୍ୟାଚରେ ୧୫୬୬ ରନ କରିବା ସହ ୭ଟି ୱିକେଟ ଅକ୍ତିଆର କରିଛନ୍ତି । ଗତ ସିଜନରେ ସେ ୩୯୩ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.