Latest Odisha News

BREAKING NEWS

Odisha Contractors Protest: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଫେବୃଆରୀ ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ ଦେଇଛି ଠିକାଦାର ସଂଘ । ପ୍ରେସମିଟ୍‌ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘ ଏହି ଚେତାବନୀ ଦେଇଛି ।

ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ। ଟେଣ୍ଡର ସୀମା ବୃଦ୍ଧି,ଜରିମାନା ଛାଡ଼ ଆଦି ୮ ଦଫା ଦାବି କରି ଏହି ଚେତାବନୀ ଦେଇଛି ମହାସଂଘ।

ରାଜ୍ୟବ୍ୟାପୀ ଆନ୍ଦୋଳନ ହେଲେ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯିବ। ଏହି ରାଜ୍ୟବ୍ୟାପୀ ଆନ୍ଦୋଳନରେ ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ। ପ୍ରେସମିଟ୍‌ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘ ଏହି ସୂଚନା ଦେଇଛି ।

Leave A Reply

Your email address will not be published.