ମୁମ୍ବାଇ: ଫିଲ୍ମମେକର ରାଜକୁମାର ହୀରାନୀ ଏବେ ଏଆଇ ପ୍ରେମରେ ପଡି ଯାଇଛନ୍ତି । ଏଆଇ ସିନେମା ପାଇଁ ବିପଦ ନୁହେଁ ବୋଲି ସେ କହିଛନ୍ତି । ଏବେ ସେ ଏଆଇକୁ ବ୍ୟବହାର କରି ଏକ ଶର୍ଟ ଫିଲ୍ମ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କୁ ଏ ନେଇ ଏକ ଭଲ କାହାଣୀ ମଧ୍ୟ ମିଳିଯାଇଛି । ସେ ଖୁବ ଶୀଘ୍ର ଏହା ଉପରେ କାମ କରିବେ ବୋଲି ସୂଚନା ମଧ୍ୟ ଦେଇ ସାରିଛନ୍ତି । ଆମକୁ ଏଆଇ ସହିତ ବନ୍ଧୁତା କରିବାକୁ ପଡିବ । ଏହା ବିନା ଅନ୍ୟଗତି ନାହିଁ । ଏହି ଶର୍ଟ ଫିଲ୍ମ ସମୟ ସୀମା ୪ରୁ ୫ ମିନିଟ ହେବ । ଏଥିପାଇଁ ବି କଠିନ ପରିଶ୍ରମ କରିବାକୁ ପଡିବ ବୋଲି ସେ ହସି କରି କହିଛନ୍ତି ।
୨୦୨୩ରେ ତାଙ୍କର ଶେଷ ଫିଲ୍ମ ଡଙ୍କି ରିଲିଜ ହୋଇଥିଲା । ଏଥିରେ ଶାହାରୁଖ ଖାଁ ଓ ତାପସୀ ପନ୍ନୁ ଅଭିନୟ କରିଥିଲେ । ଏହା ପରେ ସେ ଅମୀର ଖାଁଙ୍କ ସହ ଭାରତୀୟ ସିନେମାର ଫାଦର ଦାଦାସାହେବ ଫାଲକେଙ୍କ ଜୀବନୀ କରିବେ ବୋଲି ଘୋଷଣା କରିଥିଲେ । ତେବେ ଫିଲ୍ମ ସମ୍ପର୍କରେ କୌଣସି ପ୍ରକାରର ଅପଡେଟ ଆସି ନାହିଁ । ଥ୍ରୀ ଇଡିଏଟ୍ସ ଓ ପିକେ ପରେ ଏହା ଅମୀରଙ୍କ ସହ ତାଙ୍କର ତୃତୀୟ ଫିଲ୍ମ ହେବ ।