Latest Odisha News

କାହିଁକି ପାଳିତ ହୋଇଥାଏ ‘ଜାତୀୟ ଭୋଟର ଦିବସ’; ଜାଣନ୍ତୁ

ଭୁବନେଶ୍ୱର: ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖକୁ ଆମ ଦେଶରେ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଅଭିବାଦନ ଜଣାଇଛନ୍ତି ।

ଜାଣନ୍ତୁ, କେବେଠୁ ପାଳିତ ହେଉଛି ଏହି ଦିବସ

ଦେଶର ଯୁବ ପିଢି ତଥା ଭୋଟର ମାନଙ୍କୁ ସଚେତନ କରିବା ଏବଂ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ୨୦୧୧ ମସିହାରୁ ଏହି ଦିବସକୁ ପାଳନ କରାଯାଉଅଛି ।

ସମସ୍ତ ମତଦାନ କେନ୍ଦ୍ର ଅଞ୍ଚଳରେ ପ୍ରତିବର୍ଷ ନୂଆ ଭୋଟରମାନଙ୍କୁ ଚିହ୍ନଟ କରାଯାଇଥାଏ, ଯେଉଁମାନଙ୍କର ବୟସ ୧୮ ବର୍ଷ କିମ୍ବା ତଦୃର୍ଦ୍ଧ ହୋଇଥାଏ ।

ଏଥିପାଇଁ ନିର୍ବାଚନ ଆୟାଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା ଏବଂ ଆମ ଦେଶରେ ୧୯୫୦ ମସିହା ଜାନୁଆରୀ ମାସ ଆଜିର ଦିନରେ ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯାଇଥିଲା ।

ପ୍ରତିବର୍ଷ ଜାନୁଆରୀ ୨୫ ରେ ନୂଆ ମତଦାତାଙ୍କୁ ମତଦାନ ପରିଚୟ ପତ୍ର କାର୍ଡ ଦିଆଯାଏ ।

Comments are closed.