ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ତାଗିଦ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି, ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଗ୍ରୁପ ଏ’ ଠାରୁ ଆରମ୍ଭ କରି ଗ୍ରୁପ୍ ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଚଆରଏମଏସ୍ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅପଲୋଡ୍ କରିବାକୁ ସରକାରୀ ଚାକିରିଆଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ସରକାରୀ ବିଭାଗ, ଆରଡିସି, ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।
ତେବେ ଏଚଆରଏମଏସ ପୋର୍ଟାଲରେ ଜାନୁଆରୀ ୧ରୁ ଜାନୁଆରୀ ୩୧ ମଧ୍ୟରେ ଏହା ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏପର୍ଯ୍ୟନ୍ତ ଅନେକ ସରକାରୀ ଚାକିରିଆ ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି । ସେଥିପାଇଁ ସରକାରୀ ଏହି ତାରିଖ ସୀମାକୁ ବଢାଇଛନ୍ତି ।