Latest Odisha News

BREAKING NEWS

ରାଜ୍ୟରେ ବଢିବ ଆମ ବସ୍‌ ସେବା: ଆଉ ୬୦୦ ଇ-ବସ୍‌ କିଣିବାକୁ ବଜେଟରେ ୪୨୧କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଯୋଡିହାବ ଆଉ ୬୦୦ଟି ନୂଆ ଇ-ବସ୍ । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି ।

ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ । ବଜେଟରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶର ପ୍ରତିଫଳନ l ଆମ ବସ୍ ଓଡ଼ିଶାରେ ସାଧାରଣ ପରିବହନର ସଂଜ୍ଞା ବଦଳାଇ ଦେଇଛି l ଆମେ କେବଳ ସଂଯୋଗୀକରଣ ବଢ଼ାଉନାହୁଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ଓ ସବୁଜ ସହର ନିର୍ମାଣ କରୁଛୁ ।

Leave A Reply

Your email address will not be published.