Latest Odisha News

BREAKING NEWS

ମୋଟର ଯାନ ନିୟମର ସଠିକ ଅନୁପାଳନକୁ ତଦାରଖ କରିବା ଉପରେ ‎ବାଣିଜ୍ୟ ଓ ପରିବହନ ବିଭାଗର ଗୁରୁତ୍ୱ

ଭୁବନେଶ୍ୱର: ଯାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋଟର ଯାନ ନିୟମର ସଠିକ ଅନୁପାଳନକୁ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଛି ‎ବାଣିଜ୍ୟ ଓ ପରିବହନ ବିଭାଗ । ବିଶେଷକରି, ବସ୍ ଗୁଡ଼ିକ ଯେପରି ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନ କରନ୍ତି ‎ଏହା ଉପରେ ନିୟମିତ ଯାଞ୍ଚ କରାଯାଉଛି ।

ସେହିଭଳି ବସ୍ ଗୁଡ଼ିକ ପରମିଟର ସମସ୍ତ ସର୍ତ୍ତାବଳୀ ପାଳନ ଉପରେ ମଧ୍ୟ ‎ଗୁରୁତ୍ୱ ଦିଆଯାଇଛି । ପରମିଟ୍ ସର୍ତ୍ତାବଳୀ ଉଲ୍ଲଙ୍ଘନ କରୁଥିବା ବସ୍ ମାନଙ୍କ ବିରୋଧରେ ମୋଟର ଯାନ ଆଇନ ‎ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହିକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର ଅତିରିକ୍ତ ‎ପରିବହନ ଆୟୁକ୍ତ (ଭାରପ୍ରାପ୍ତ)ଙ୍କ ନେତୃତ୍ୱରେ ଭୁବନେଶ୍ୱର-1 ଏବଂ ଭୁବନେଶ୍ୱର-2 ଆରଟିଓ ଟିମଙ୍କ ଦ୍ୱାରା ପାହାଳ ‎ନିକଟରେ ମିଳିତ ଏନଫୋର୍ସମେଣ୍ଟ ସମୟରେ ଆର୍ୟନ ନାମକ ଏକ ବସ୍ (WB 49 N 1002) ପରମିଟ୍ ସର୍ତ୍ତାବଳୀ ‎ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା ।

ମୋଟର ଯାନ ନିୟମ ଅନୁଯାୟୀ ବସ୍ ଅଟକ ରଖାଯାଇଥିବା ବେଳେ ଆବଶ୍ୟକୀୟ ‎କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବସ୍ ର ନିୟମିତ ଯାତ୍ରୀ (ଷ୍ଟେଜ୍ କ୍ୟାରେଜ୍ ପରମିଟ୍) ନାହିଁ । କିନ୍ତୁ ଏହା ‎ଷ୍ଟେଜ୍ କ୍ୟାରେଜ୍ ଭଳି ଟିକଟ୍ କାଟି ଯାତ୍ରୀ ନେଉଥିଲେ । ଏଥିପାଇଁ ଆବଶ୍ୟକୀୟ ପରମିଟ୍ ଦେଖାଇପାରିନଥିବାରୁ ‎ପରମିଟ୍ ସର୍ତ୍ତାବଳୀ ଉଲ୍ଲଙ୍ଘନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେହିଭଳି, ରାଜ୍ୟର ସମସ୍ତ ଆରଟିଓଙ୍କୁ ନିୟମିତ ଭାବେ ବସରେ ଯାଞ୍ଚ କରିବାକୁ କୁହାଯାଇଛି। ଯାତ୍ରୀମାନେ ଯେଉଁ ଭଳି ଭାବେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ଏହାକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ‎ସେହିଭଳି କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ନ ହେବାକୁ ସମସ୍ତ ବସ୍ କର୍ତ୍ତୃପକ୍ଷ ଆଇନର ସଠିକ ପାଳନ ପାଇଁ ଏସଟିଏ ପକ୍ଷରୁ ‎କୁହାଯାଇଛି । ‎

Leave A Reply

Your email address will not be published.