Latest Odisha News

BREAKING NEWS

ଅଧିନାୟକ ପଦ ହରାଇବେ କି ରାହାଣେ

କୋଲକାତା: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ଅଧିନାୟକ ପଦ ହରାଇବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି । ରାହାଣେଙ୍କ ବଦଳରେ ରିଙ୍କୁ ସିଂଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ହେଉଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ରାହାଣେ ଆଘାତପ୍ରାପ୍ତ ହୋଇ ପଡିଆ ବାହାରକୁ ଯାଇଥିଲେ । ତାଙ୍କ ସ୍ଥାନରେ ଏହି ଦାୟିତ୍ୱ ରିଙ୍କୁଙ୍କୁ ଦିଆଯାଇଥିଲା । ଅବଶ୍ୟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାହାଣେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ଟିମ ମ୍ୟାନେଜମେଂଟ ରାହାଣେଙ୍କ ନେତୃତ୍ୱ ନେଇ ଅସନ୍ତୁଷ୍ଟ ରହିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । କେକେଆର ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ରାହାଣେ ଆଗକୁ ଅଧିନାୟକ ଦାୟିିତ୍ୱ ତୁଲାଇବେ କି ରିଙ୍କୁ ନୂଆ ଅଧିନାୟକ ହେବେ ଆଉ ଗୋଟିଏ କିମ୍ବା ୨ଟି ମ୍ୟାଚ ପରେ ଜଣାପଡିବ । ଆଇପିଏଲ ୨୦୨୬ରେ ଏ ପର୍ଯ୍ୟନ୍ତ କେକେଆର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ ।

Leave A Reply

Your email address will not be published.