Latest Odisha News

BREAKING NEWS

ମେଟ୍ରୋ ପ୍ରକଳ୍ପକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ଵର: ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି। ଭୁବନେଶ୍ଵର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ଅଫିସ ଚାଲୁ ରହିଛି। ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି ବୋଲି ଆଜି ସ୍ପଷ୍ଟୀକରଣ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ଗ୍ରାଉଣ୍ଡ ସ୍ଥିତି ନପରଖି ମେଟ୍ରୋ ପ୍ରକଳ୍ପ ଘୋଷଣା କରିଥିଲେ । ଏମିତିକି କେନ୍ଦ୍ରୀୟ ସହଯୋଗ ନେଇନଥିଲେ । ଏବେ ଯାହାବି ହେବ କେନ୍ଦ୍ରୀୟ ସହାୟତା ନେଇ କରାଯିବ ବୋଲି ସେ କହିଛନ୍ତି ।

ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି। ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହେଇଛି। ଅନୁଧ୍ୟାନ ହେଉଛି କେଉଁ ଉପାୟରେ ହେବ ବିଚାର କରାଯାଉଛି ।

Leave A Reply

Your email address will not be published.