Latest Odisha News

BREAKING NEWS

କୋଚଙ୍କ ବିରୋଧରେ ମାନସିକ ଯନ୍ତ୍ରଣା ଅଭିଯୋଗ ଆଣିଲେ ନୀରଜ, ସୁମିତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ତାଙ୍କ ସାଥୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦି ବ୍ରିଜରେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । କୋଚ ନଭଲ ସିଂ ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଛନ୍ତି ବୋଲି କହିଛନ୍ତି । ନୀରଜ ଏବଂ ପାରା ଆଥଲେଟ ସୁମିତ ଆନ୍ତିଲଙ୍କ ସମେତ ଅଧିକାଂଶ ଖେଳାଳି ଏହି ଅଭିଯୋଗ ଆଣିଛନ୍ତି ।

ନୀରଜ ଓ ସୁମିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିିତି ଜାଭେଲିନକୁ ଭାରତରେ ଲୋକପ୍ରିୟ କରାଇ ପାରିଛନ୍ତି । ନୀରଜ ଏବଂ ସୁମିତ ଏ ନେଇ କ୍ରୀଡା ମନ୍ତ୍ରଣାଳୟକୁ ପତ୍ର ମଧ୍ୟ ଲେଖିଛନ୍ତି । ମଦ ନିଶାରେ ନଭଲ ସେମାନଙ୍କୁ ଗାଳି ମନ୍ଦ କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହା କରୁଛନ୍ତି । ପ୍ରଥମେ ସୁମିତ ଏହି ଅଭିଯୋଗ ଆଣିବା ପରେ ଏବେ ନୀରଜ ଏବଂ ଅନ୍ୟମାନେ ତାଙ୍କୁ ସମର୍ଥନ କରିଛନ୍ତି । କୋଚଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ନଭଲ ଏବେ ଯୁବ ଜାଭେଲିନ ଥ୍ରେୟାର ସଚିନ ଯାଦବଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

Leave A Reply

Your email address will not be published.