Latest Odisha News

BREAKING NEWS

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ

ରାୟଗଡ଼: ଦାଦନ ଦୁଃଖରୁ ମିଳୁନି ନିସ୍ତାର। ଗ୍ରାମାଞ୍ଚଳରୁ ଲୋକେ ପେଟେ ପୋଶିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଆଉ ସେଠାରେ ମୃତ୍ୟୁ ବାଣ କରୁଛନ୍ତି। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମପଞ୍ଚାୟତର ପଣସପଦର ଗ୍ରାମରେ। ପଣସପଦର ଗ୍ରାମର ଜିତୁ ପିଡିକାକା (୨୨) ଗତ କିଛି ମାସ ହେବ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ସେଠାରେ ଏକ କୋଠା ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ଗତ ରବିବାର ଦିନ ଜିତୁ ନିର୍ମାଣାଧିନ କୋଠା ଉପରୁ ତଳେ ପଡିଯାଇ ଥିବା ବେଳେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସୋମବାର ଦିନ ସକାଳେ ଅନ୍ୟ ଶ୍ରମିକମାନେ ଜିତୁଙ୍କ ମତୃଦେହ ଦେଖି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଜିତୁଙ୍କର ମୃତ୍ୟୁ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଆଜି ଜିତୁଙ୍କ ମୃତଦେହ ବିଶାଖାପାଟଣା ପହଞ୍ଚିବା ପରେ ଆମ୍ବୁଲାନସ୍ ଯୋଗେ ପଣସପଦର ଅଣାଯିବା ବୋଲି ସୂଚନା ମିଳିଛି।

Leave A Reply

Your email address will not be published.