Latest Odisha News

BREAKING NEWS

West Bengal Assembly Elections: ଭୋଟ ବେଳେ ପକ୍ଷପାତ; ନିଲମ୍ବିତ ହେଲେ ୫ ପୋଲିସ ଅଧିକାରୀ

କୋଲକତା: ବର୍ତ୍ତମନାନ ଜାରି ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହା ଭିତରେ ବଡ ଖବର ସାମ୍ନାକୁ ଆସିଛି । ଭୋଟ ବେଳେ ପକ୍ଷପାତ କରିଥିବା ଅଭିଯୋଗରେ ୫ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ ଅଧିକାରୀ ମାନେ ହେଲେ ସନ୍ଦୀପ ଗରଇ (IPS): ଅତିରିକ୍ତ ଏସପି, ଡାଇମଣ୍ଡ ହାର୍ବର । ସଜଲ ମଣ୍ଡଳ: ଏସଡିପିଓ (SDPO), ଡାଇମଣ୍ଡ ହାର୍ବର । ମୌସୁମ ଚକ୍ରବର୍ତ୍ତୀ: ଆଇଆଇସି (IIC), ଡାଇମଣ୍ଡ ହାର୍ବର ପୋଲିସ ଷ୍ଟେସନ । ଅଜୟ ବାଗ: ଆଇଆଇସି (IIC), ଫାଲ୍ଟା ପୋଲିସ ଷ୍ଟେସନ । ଶୁଭେଚ୍ଛା ବାଗ: ଆଇଆଇସି (IIC), ଉସ୍ତି ପୋଲିସ ଷ୍ଟେସନ ।

ତେବେ ୨୩ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଏହି ଅଧିକାରୀମାନେ ଗୁରୁତର ଦୁର୍ବ୍ୟବହାର ଏବଂ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ କାମ କରୁଥିବା ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗର ୧୫୨ ସିଟ୍‌ରେ ଭୋଟ ଗ୍ରହଣ ବେଳେ ହୋଇଥିବା ଅଘଟଣ ପାଇଁ ୫ ଅଧିକାରୀ ଦାୟୀ । ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି ।

Leave A Reply

Your email address will not be published.