Latest Odisha News

BREAKING NEWS

ଗୁରୁ-ଶିଷ୍ୟ ସମ୍ପର୍କରେ ଦାଗ, ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ ଗଲେ ପ୍ରଧାନ ଶିକ୍ଷକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ । ପିଡ଼ିତାଙ୍କ ଥାନାରେ ଏତଲା ପରେ ପୂର୍ବରୁ ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ପ୍ରଧାନଶିକ୍ଷକଙ୍କୁ ଗିରଫ କରି ପୋକ୍ସ କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ।

ସୂଚନାଯୋଗ୍ୟ ଯେ, ରବିବାର ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ପୀଡିତା ଛାତ୍ରୀ ଓ ତାଙ୍କ ପରିବାର ଲୋକ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଏସଡିପିଓ ତେନ୍ତୁଳିଖୁଣ୍ଟି ଥାନାକୁ ପଠାଇଥିଲେ । ଥାନାରେ ମାମଲା ରୁଜୁ କରାଯାଇଛି ।

ପୋଲିସ ପିଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସି ନିକଟରେ ହାଜର କରାଇଥିଲେ । କୋର୍ଟ ରେ ପୀଡିତା ଙ୍କ 183 BNS ରେ ବୟାନ ରେକର୍ଡ କରାଯାଇଥିଲା । ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀଙ୍କୁ ଜେରା କରିବାପରେ ଗିରଫ କରି ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.