Latest Odisha News

BREAKING NEWS

Russia Defends Iran in UN: ବନ୍ଧୁ ହେବ ତ ରୁଷ ଭଳି… ଜାତିସଂଘରେ ପୁଣି ଧରିଲା ଇରାନର ହାତ

ନୂଆଦିଲ୍ଲୀ: “A friend in need is a friend indeed”, ଏ ପ୍ରୋଭର୍ବ ପ୍ରାୟ ସମସ୍ତେ ଜାଣିଥିବେ। ଅର୍ଥ ବିପଦର ବନ୍ଧୁ ପ୍ରକୃତ ବନ୍ଧୁ…ଯାହା ଦେଶ ରୁଷିଆ ପାଇ ବେଶ୍ ପ୍ରଯୁଜ୍ୟ। ସେ ଭାରତ ହେଉକି, ଅନ୍ୟ କୌଣସି ଦେଶ…ଯେତେବେଳେ କଥା ବନ୍ଧୁତ୍ୱର ଆସେ ସେତେବେଳେ ରୁଷ୍ ସବୁଠି ଆଗରେ ଥାଏ। ପୁଣି ଥରେ ବିଶ୍ୱ ମଞ୍ଚରେ ତାହା ପ୍ରମାଣ କରିଛି ରୁଷ୍ । ଜାତିସଂଘରେ ଇରାନକୁ ସମର୍ଥନ କରିଛି ରୁଷ୍। ଯାହା ସ୍ପଷ୍ଟ କରିଛି, ବିଶ୍ୱ ରାଜନୀତିରେ ରୁଷକୁ ବିନା କାରଣରେ ସବୁଠାରୁ ଭଲ ବନ୍ଧୁ କୁହାଯାଏ ନାହିଁ; ଯଦି ଏହା ଇରାନ ସହିତ ଛିଡା ହୋଇଛି, ତେବେ ଶେଷ ପର୍ଯ୍ୟନ୍ତ ବନ୍ଧୁତା ବଜାୟ ରଖିବ।

ତେବେ ରୁଷ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଇରାନକୁ ସମର୍ଥନ କରିଛି। ଜାତିସଂଘରେ ରୁଷର ରାଷ୍ଟ୍ରଦୂତ ୨୭ ଏପ୍ରିଲ ସୋମବାର ସୁରକ୍ଷା ପରିଷଦ ବୈଠକରେ ପଶ୍ଚିମା ଦେଶଗୁଡ଼ିକୁ ଦ୍ୱନ୍ଦ୍ୱାତ୍ମକ (କପଟତା) ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଇରାନର ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ପ୍ରତିବନ୍ଧିତ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ସେପଟେ, ସେହି ଦିନ, ସୋମବାର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘାଚିଙ୍କୁ ଭେଟି ତାଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

ସଂଯୁକ୍ତ ରାଷ୍ଟ୍ରରେ ରୁଷର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜା କହିଛନ୍ତି, “ସମ୍ପୂର୍ଣ୍ଣ ଦାୟିତ୍ୱ ଇରାନ ଉପରେ ଲଦିବାର ଚେଷ୍ଟା କରାଯାଇଛି, ଯେପରି ଇରାନ ତା’ର ପଡ଼ୋଶୀମାନଙ୍କୁ ଆକ୍ରମଣ କରିଛି ଏବଂ ଜାଣିଶୁଣି ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତିକୁ ଅବରୋଧ କରୁଛି। ଯୁଦ୍ଧ ସମୟରେ, ଆକ୍ରମଣର ଶିକାର ହୋଇଥିବା ଏକ ଉପକୂଳବର୍ତ୍ତୀ ଦେଶ ସୁରକ୍ଷା ପାଇଁ ନିଜ ସାମୁଦ୍ରିକ ଅଞ୍ଚଳରେ ନୌଚାଳନାକୁ ପ୍ରତିବନ୍ଧିତ କରିପାରିବ।”

ଖାଲି ଏତିକି ନୁହେଁ ଏହି ମାସର ଆରମ୍ଭରେ ରୁଷ ଏବଂ ଚୀନ୍ ହର୍ମୁଜ୍ ପ୍ରଣାଳୀ ଦେଇ ନୌଚାଳନର ସ୍ୱାଧୀନତା ସୁନିଶ୍ଚିତ କରିବା ପାଇଁ ଏକ ସୁରକ୍ଷା ପରିଷଦ ପ୍ରସ୍ତାବକୁ ଭିଟୋ କରିଥିଲେ। ସୋମବାର ଦିନ, ଭାସିଲି ନେବେଞ୍ଜିଆ ଆହୁରି ଆଗକୁ ଯାଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଜଳଦସ୍ୟୁଙ୍କ ସହ ତୁଳନା କରିଥିଲେ। ସେ ଭୂମଧ୍ୟସାଗରରେ ରୁଷ-ସଂଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଦୀର୍ଘ ଦୂରଗାମୀ ବାୟୁ ଏବଂ ସମୁଦ୍ର ଡ୍ରୋନ୍ ବ୍ୟବହାର କରି ୟୁକ୍ରେନର ଆକ୍ରମଣକୁ ନିନ୍ଦା କରିଥିଲେ। ସେ କଳା ସାଗରରେ ରୁଷ ବାଣିଜ୍ୟ ଜାହାଜ ଉପରେ ୟୁକ୍ରେନର ଆକ୍ରମଣ ପାଇଁ ୟୁରୋପୀୟ ସମର୍ଥନକୁ ମଧ୍ୟ ସମାଲୋଚନା କରିଥିଲେ।

ସେ କହିଥିଲେ, “ଜଳଦସ୍ୟୁମାନେ ସେମାନଙ୍କ ଜାହାଜରେ କଳା ଖପୁରୀ ଏବଂ ହାଡ଼ ପତାକା ଉଡ଼ାନ୍ତି, କିନ୍ତୁ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କର ବେଆଇନ କାର୍ଯ୍ୟକୁ ଲୁଚାଇବା ପାଇଁ ଏକପାଖିଆ ଚାପ ପଦକ୍ଷେପର ଉଦାହରଣ ଦିଅନ୍ତି।” ସେ ଆହୁରି ମଧ୍ୟ କହିଥିଲେ, “ଏହା କେବଳ ଏକ ବାହାନା, ଏହି ସତ୍ୟକୁ ଲୁଚାଇବା ପାଇଁ ଉଦ୍ଦିଷ୍ଟ ଯେ EU ଖୋଲାଖୋଲି ଭାବରେ ସମୁଦ୍ରକୁ ଲୁଟ କରୁଛି।”

Leave A Reply

Your email address will not be published.