ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି (ଏଆଇ)କୁ ନେଇ ଏଲନ ମସ୍କ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ନେଇ ମନରେ ଛନକା ପଶିଛି । କାଲିଫୋର୍ଣ୍ଣିଆର ଏକ କୋର୍ଟରେ ସେ ଏଆଇର ଭବିଷ୍ୟକୁ ନେଇ ବଡ ଚେତାବନୀ ଦେଇଛନ୍ତି । ଓପନ ଏଆଇ ସହିତ ଚାଲିଥିବା ନ୍ୟାୟିକ ଲଢ଼େଇରେ ଟେସଲା ଓ ସ୍ପେଶ ଏକ୍ସର ମାଲିକ ମସ୍କ କହିଛନ୍ତି ଏହି ଟେକ୍ନୋଲୋଜି ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ଆମ ସମସ୍ତଙ୍କ ଜୀବନ ନେଇପାରେ । ଷ୍ଟାର ଟ୍ରେକ ଓ ଟର୍ମିନେଟର ଦୁନିଆରେ ଆମେ କଣ ବଂଚି ପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଯେଉଁ ଉଦ୍ଦେଶ୍ୟରେ ଏଆଇକୁ ନିର୍ମାଣ କରାଯାଇଥିଲା, ତାହା ପଥଭ୍ରଷ୍ଟ ହୋଇଛି । ଏବେ ଏହା କର୍ମଶିଆଲ ଦିଗ ଆଡେ ମୁହାଁଇଛି । ଏହାକୁ ରୋକିବାକୁ ପଡିବ ବୋଲି ମସ୍କ କହିଛନ୍ତି । ମସ୍କ ଓ ଓପନ ଏଆଇର ମୂଖ୍ୟ ସ୍ୟାମ ଅଲଟମ୍ୟାନଙ୍କ ମଧ୍ୟରେ ଚାଲିଥିବା ଏହି ନ୍ୟାୟିକ ଲଢ଼େଇ ଉପରେ ସାରା ବିଶ୍ୱର ନଜର ରହିଛି ।