ବାଲେଶ୍ୱର:ଏକ ଦୁର୍ନୀତି ମାମଲାରେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଜଣେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦୋଷୀ ସାବ୍ୟସ୍ତ । ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି, ନୂତନ କଦଳୀ ବଗିଚା ପ୍ରସ୍ତୁତି ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନ (NHM) ଯୋଜନାରେ ଆବଣ୍ଟିତ ସରକାରୀ ଅର୍ଥର ଅପବ୍ୟବହାର ପାଇଁ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି କରିଛି । ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ତାଙ୍କ ପେନସନ ବନ୍ଦ କରିବା ପାଇଁ ଆବେଦନ କରିବ ।