Latest Odisha News

BREAKING NEWS

ମାଓ ଦମନ ଅଭିଯାନର ସମୀକ୍ଷା କଲେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମାଓ ଦମନ ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।

ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଭିମାନ ଅଂଚଳ ପରିଦର୍ଶନ କରିଛନ୍ତି । ଡିଜିପି ଅଭୟ ବଡପଦର, ଜାନବାଇ, ବଡପଡା, ଜନ୍ତାପାଇ, ଗୁରୁପ୍ରିୟା ସେତୁ ଓ ଅନ୍ୟାନ୍ୟ ବିଚ୍ଛିନ୍ନାଂଚଳକୁ ମଧ୍ୟ ବୁୂଲି ଦେଖିଛନ୍ତି ।

ମିିଳିଥିବା ସୂଚନାନୁସାରେ, ପରେ ଡିଜିପି ସୀମା ସୁରକ୍ଷା ବଳ(ବିଏସଏଫ) ଓ ମାଲକାନଗିରି ଜିଲ୍ଲାର ସମସ୍ତ ପୋଲିସକର୍ମୀଙ୍କ ସହ ଆଲୋଚନା କରିଥିଲେ ।

ମାଓ ଦମନ ସମୀକ୍ଷା ପରେ ଡିଜିପି ପ୍ରତିକ୍ରିୟା ଦେଇ କହିଛନ୍ତି, “ସୁରକ୍ଷାକର୍ମୀଙ୍କ ମଧ୍ୟରେ ପରସ୍ପର ସମନ୍ୱୟ ରଖି ମାଓ ଦମନ ଚାଲିବ ଓ ସର୍ଚ୍ଚ ଅପରେସନ ଜୋରଦାର ହେବ ।” ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି, ମାଲକାନଗିରି ଏସପିଙ୍କ ସମେତ ଅନେକ ପଦାଧିକାରୀ ସାମିଲ ଥିଲେ ।

Leave A Reply

Your email address will not be published.