ଭୁବନେଶ୍ବର: କୁହାଯାଏ ଝିଅଟିଏ ଆଖିରେ ଖାଲି କଜଳ ଲଗାଇଦେଲେ ତାର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ପ୍ରତିଦିନ ଆଖିରେ କଜଳ ଲଗାଇବା କେତେ କ୍ଷତିକାରକ? କ’ଣ ଆପଣ ବି ଡେଲି ଆଖିରେ ଲଗାଉଛନ୍ତି କି କଜଳ? କ’ଣ ଆପଣ ବି ଭାବନ୍ତି କି କଜଳ ବିନା ଆପଣଙ୍କ ଲୁକ୍ ଅଧିୁରା? ତେବେ ସାବଧାନ୍! ଆଜି ହିଁ ହୋଇଯାଆନ୍ତୁ ସତର୍କ!
କାଜଲ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସତ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହାକୁ ପ୍ରତିଦିନ ଲଗାଇବା ଉଚିତ। କେତେକ ସମୟରେ, ଭୁଲ ପଦ୍ଧତି ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ପ୍ରଭାବିତ ହୋଇପାରେ ଆପଣଙ୍କ ଆଖି ସ୍ୱାସ୍ଥ୍ୟ…
ତେବେ ପାରମ୍ପରିକ ଭାବେ ପ୍ରସ୍ତୁତ କଜଳ ଲଗାଇବା ଦ୍ୱାରା ଏହା ଆଖିକୁ ଅନେକ ଲାଭ ଦେଇଥାଏ । ଘିଅ ଏବଂ ସପୁରୀ ପତ୍ରରୁ ପ୍ରସ୍ତୁତ କଜଳ ଆଖିକୁ ସଫା ରଖିବା ସହ ମଳି ଏବଂ ଧୂଳିକୁ ଲୁହ ସହ ବାହାରକୁ ବାହାର କରିଦିଏ । କିନ୍ତୁ ବର୍ତ୍ତମାନ ବଜାରରେ ଭଳିକି ଭଳି ବିଭିନ୍ନ ବ୍ରାଣ୍ଡର କଜଳ ମିଳୁଛି, ଯାହାକୁ ବେଶ୍ ଆନନ୍ଦର ସହ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରିଆସୁଛନ୍ତି ଯୁବପିଢି, କିନ୍ତୁ ଏଥିରେ ଥିବା ରାସାୟନିକ ପଦାର୍ଥ ବ୍ୟବହାର କରିବା ଦ୍ୱାରା ଆଖି ସମସ୍ୟା ହେବାର ଆଶଙ୍କା ବଢ଼ିପାରେ। ଯଦି କଜଳ ଲଗାଇବା ପରେ ଆପଣଙ୍କ ଆଖି ଲାଲ କିମ୍ବା ପାଣି ବୋହିଯାଏ, ତେବେ ଏହା ଆଲର୍ଜିର ଲକ୍ଷଣ ହୋଇପାରେ। ଏଥିସହିତ ପ୍ରତିଦିନ କଜଳ ଲଗାଇବା ଦ୍ୱାରା ଆପଣଙ୍କ ଆଖିରେ ଜୀବାଣୁ ପ୍ରବେଶ କରିପାରେ, ବିଶେଷକରି ଯଦି ଆପଣ ପୁରୁଣା କିମ୍ବା ଏକ୍ସପ୍ୟାରି ହୋଇଥିବା କଜଳ ବ୍ୟବହାର କରୁଛନ୍ତି। ଏହା ଆଖି ସଂକ୍ରମଣ, ଯେପରିକି କଞ୍ଜୁକ୍ଟିଭାଇଟିସ୍ ହୋଇପାରେ।
ସେ ପାରମ୍ପରିକ ହେଉକି ବଜାରରେ ମିଳୁଥିବା କେମିକାଲ ବାଲା କଜଳ, ଏହାକୁ ବାରମ୍ବାର ଲଗାତାର ବ୍ୟବହାର କରିବା ଦ୍ବାରା ଏହା ଆଖିର ପ୍ରାକୃତିକ ଆର୍ଦ୍ରତାକୁ ପ୍ରଭାବିତ କରେ। ଏହା ଶୁଷ୍କତା ଏବଂ ଆଖି ଜଳାପୋଡ଼ା କିମ୍ବା ଭାରୀପଣ ସୃଷ୍ଟି କରିପାରେ। ତେଣୁ, ସର୍ବଦା ଭଲ ଗୁଣବତ୍ତାର କଜଳ ବ୍ୟବହାର କରିବା ଭଲ।
କାରଣ ଆପଣଙ୍କ ଗୋଟିଏ ଭୁଲ୍ ଆପଣଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିପାରେ। ଆଖି ଭିତରେ ବାରମ୍ବାର କଳଜର ପ୍ରୟୋଗ କଲେ, ଏହା ଆଖିର ଆସ୍ତରଣକୁ ପ୍ରଭାବିତ କରିପାରେ, ଯାହା ଦୃଷ୍ଟିକୁ ଝାପ୍ସା କରିଥାଏ। କାଜଲ ପ୍ରାୟତଃ ଦାଗ ଦେଇଥାଏ, ଯାହା ଫଳରେ ଆଖି ତଳେ କଳା ଦେଖାଯାଏ। ଯଦି ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତେବେ ଏହା ପ୍ରକୃତ ଡାର୍କ ସର୍କଲକୁ ଆହୁରି ଗମ୍ଭୀର କରିପାରେ। ତେଣୁ ସତର୍କ ରୁହନ୍ତୁ । କଜଳ ଲଗାଇବା ମାତ୍ରେ ଜଳାପୋଡା ହେବା କ୍ଷଣି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆଉ ଯଥାସମ୍ଭବ କଜଳ ଲଗାଇବମା ଏଡାନ୍ତୁ କିମ୍ବା କୌଣସି ଅକେଜିନାଲରେ ଭଲ ଗୁଣବତ୍ତା ଥିବା କଜଳ ବ୍ୟବହାର କରନ୍ତୁ ।