Latest Odisha News

BREAKING NEWS

ପନ୍ତଙ୍କୁ ସମର୍ଥନ କଲେ ବୋଲିଂ କୋଚ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ବୋଲିଂ କୋଚ ରିଷଭ ପନ୍ତଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପନ୍ତଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିନି । ଲକ୍ଷ୍ନୌର ବୋଲିଂ କୋଚ ଭରତ ଅରୁଣ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଇପିଏଲରେ ଦାମୀ ଖେଳାଳି ହେବା ପନ୍ତଙ୍କ ଉପରେ କୌଣସି ଚାପ ପକାଉ ନାହିଁ । ସୂଚନାଯୋଗ୍ୟ, ମେଗା ନିଲାମରେ ଲକ୍ଷ୍ନୌ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା । ସେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ ।

ଏବେ ପନ୍ତ ଓଭରାଲ ୧୪ ମ୍ୟାଚରେ ୧୨୭ ଷ୍ଟ୍ରାଇକ ରେଟରେ ୨୬୯ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ । ଲକ୍ଷ୍ନୌ ଚଳିତ ସଂସ୍କରଣରେ ୮ଟି ମ୍ୟାଚରେ ମାତ୍ର ୨ଟିରେ ବିଜୟ ହାସଲ କରିଛି । ପନ୍ତଙ୍କ ବ୍ୟାଟିଂ ନେଇ ଆମେ ଚିନ୍ତିତ ନୁହେଁ ବୋଲି ଭରତ କହିଛନ୍ତି । ତାଙ୍କ ଫର୍ମ ସହ ଦାମୀ ଖେଳାଳି ହେବାରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ସେ କହିଛନ୍ତି । ଆଇପିଏଲର ପ୍ଲେ ଅଫ ପ୍ରବେଶ ପାଇଁ ଏବେ ଲକ୍ଷ୍ନୌଙ୍କୁ ବାକିଥିବା ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଗୋଟିଏ ପରାଜୟ ତାଙ୍କୁ ଏି ଦୌଡରୁ ବାଦ ଦେବ ।

Leave A Reply

Your email address will not be published.