Latest Odisha News

BREAKING NEWS

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ….

କୋଲକତା: ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ।

କୋଲକତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଥମଥର ପଶ୍ଚିମବଙ୍ଗରେ ବିପୁଳ ଜନମତରେ ସରକାର ଗଠନ କରିଛି ବିଜେପି ।

ଚଳିତ ନିର୍ବାଚନରେ ମମତାଙ୍କ ଆସନ ଭବାନୀପୁର ଓ ନନ୍ଦିଗ୍ରାମରୁ ବିଜୟ ହୋଇଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ସେ ଭବାନୀପୁରରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ୧୫,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ସେହିପରି ନନ୍ଦୀଗ୍ରାମରେ ପବିତ୍ର କରଙ୍କୁ ପରାସ୍ତ କରିଥିଲେ । ଶୁଭେନ୍ଦୁ ୧୨୭୩୦୧ ଖଣ୍ଡ ଭୋଟ ପାଇଥିଲେ, ଯେତେବେଳେ ପବିତ୍ର ୧୧୭୬୩୬ ଖଣ୍ଡ ଭୋଟ୍‌ ପାଇଥିଲେ । ଗତ ୨୦୨୧ ନିର୍ବାଚନରେ ମଧ୍ୟ ମମତାଙ୍କୁ ନନ୍ଦିଗ୍ରାମରୁ ହରାଇଥିଲେ ଶୁଭେନ୍ଦୁ ।

ବିଧାନସଭା ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଗତ ବୁଧବାର ରାତିରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଅନେକ ସ୍ଥାନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା ।

ଗତକାଲି ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ଆର.ଏନ ରବି । ବିଧାନସଭା ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଜ ପଦବୀରୁ ଇସ୍ତଫା ଦେବାକୁ ପୂର୍ବରୁ ମନା କରିଥିଲେ ମମତା । ଏହାପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଥିଲେ ।

Leave A Reply

Your email address will not be published.