ନୂଆଦିଲ୍ଲୀ: କ୍ୟାପଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତଥାପି “କ୍ୟାପ୍ଟେନ୍ କୁଲ୍” ଶବ୍ଦଟି ଏବେ ବି ପ୍ରଭାବ ବିସ୍ତାର କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏମଏସ ଧୋନି ବିହାର ଏବଂ ଝାଡ଼ଖଣ୍ଡ ଉଭୟରେ ସର୍ବାଧିକ ବ୍ୟକ୍ତିଗତ ଆୟକର ହୋଇଛନ୍ତି।
ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର (ବିହାର-ଝାଡ଼ଖଣ୍ଡ) ଡକ୍ଟର ଡି. ସୁଧାକର ରାଓ ରାଞ୍ଚିରେ ଏନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଝାଡ଼ଖଣ୍ଡ ମୋଟ ୧୨,୦୦୦ କୋଟି ଟିକସ ସଂଗ୍ରହ କରିଛି। ଯେଉଁଥିରେ ଧୋନି ଆଗରେ ଅଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଧୋନି ଏହି ବର୍ଷ ପ୍ରାୟ ୩୮ କୋଟି ଆୟକର ଦେଇଛନ୍ତି। ୩୮ କୋଟି ଟିକସ ଦେୟରେ ସରଚାର୍ଜ ଏବଂ ସେସ୍ ଅନ୍ତର୍ଭୁକ୍ତ। ଏହାକୁ ନଜରରେ ରଖି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଧୋନିଙ୍କ ବାର୍ଷିକ ଆୟ ୯୫ କୋଟିରୁ ୧୦୫ କୋଟି ମଧ୍ୟରେ ହେବ।
ଆୟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍ ଏହି ସିଜନରେ ଧୋନିଙ୍କୁ ୪ କୋଟିରେ ଏକ ଅନକ୍ୟାପ୍ ଖେଳାଳି ଭାବରେ ରଖିଛି। ତେବେ ପଡ଼ିଆରେ ତାଙ୍କର କେବଳ ଉପସ୍ଥିତି CSK ଏବଂ ଏହାର ରାଜସ୍ୱ ପାଇଁ ସବୁଠାରୁ ବଡ଼ ବୃଦ୍ଧି।
ଧୋନିଙ୍କ ଆୟର ସବୁଠାରୁ ବଡ଼ ଅଂଶ ପ୍ରାୟ ୭୦-୮୦ କୋଟି ଟଙ୍କା ବ୍ରାଣ୍ଡ ପ୍ରମୋସନ୍ସରୁ ଆସିଛି। ସେ ଯଦିଓ ତାଙ୍କର ଫିସ୍ ହ୍ରାସ କରିଛନ୍ତି କିନ୍ତୁ ସେ ବର୍ତ୍ତମାନ ୩୦ରୁ ଅଧିକ ବ୍ରାଣ୍ଡରେ ଅଛନ୍ତି। ଧୋନି ଏଣ୍ଟରଟେନମେଣ୍ଟ ଏବଂ ସେଭେନ୍ ଭଳି କମ୍ପାନୀ ବ୍ୟତୀତ ଧୋନି ଅନେକ ସଫଳ ଷ୍ଟାର୍ଟଅପ୍ସରେ ନିବେଶ କରିଛନ୍ତି। ଏହି ବ୍ୟବସାୟିକ ନିବେଶ ତାଙ୍କୁ ବର୍ଷସାରା ଅକ୍ ଭଲ ରିଟର୍ଣ୍ଣ ଏବଂ ଲାଭ ଅଂଶ ପ୍ରଦାନ କରେ।
ସେହିପରି ରାଞ୍ଚିରେ ଥିବା ତାଙ୍କ ଫାର୍ମହାଉସରେ ଧୋନି ପ୍ରାୟ ୧୦୦ ଏକର ଜମିରେ ଫାର୍ମିଂ କରୁଛନ୍ତି। ଯଦିଓ ଏହି କୃଷି ଆୟ କରମୁକ୍ତ ତଥାପି ଏଥିରୁ ଭଲ ଆୟ କରିଥାନ୍ତି।