Latest Odisha News

BREAKING NEWS

୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଅନିବାର୍ଯ୍ୟ

ଭୁବନେଶ୍ବର: ଏଣିକି ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଅଧିକ ରହିପାରିବେନି କର୍ମଚାରୀ । ୩ ବର୍ଷରୁ ଅଧିକ ରହିଲେ ବଦଳି କରାଯିବ । ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l

ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍, ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି l

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର (ଏସଓ), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (ଏସଆରଏ), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (ଜେଆରଏ) ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର (ଆରଏସ), ରେଭେନ୍ୟୁ ଇନ୍ସପେକ୍ଟର (ଆରଆଇ), ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଅମିନ ପ୍ରମୁଖ କର୍ମଚାରୀ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l

ସମସ୍ତ ଜିଲ୍ଲାପାଳଙ୍କୁ ୧୫ ଜୁନ୍ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶେଷ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.