Latest Odisha News

BREAKING NEWS

ଓଡ଼ିଶାରେ ସାଂଘାତିକ ତାତି: ୪୩ ଡିଗ୍ରୀ ପାର୍ କଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ଏବେ ଅସହ୍ୟ ହେବାରେ ଲାଗିଛି। ଦିନକୁ ଦିନ ପାରଦ ଉପରକୁ ଚଢ଼ୁଥିବା ବେଳେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବେ ଗ୍ରୀଷ୍ମ ପ୍ରବାହରେ ସିଝୁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଝାରସୁଗୁଡ଼ା ସହ ସମ୍ବଲପୁର, ହୀରାକୁଦ, ବାରିପଦା, ତାଳଚେର, ଭବାନୀପାଟଣା, ବଲାଙ୍ଗିର ଓ ଟିଟିଲାଗଡ଼ ଭଳି ସହରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।

ଗରମର ପ୍ରଭାବ ସିଧାସଳଖ ଭାବେ ଜନଜୀବନ ଉପରେ ପଡ଼ିଛି। ଦିନ ବେଳେ ରାସ୍ତାଘାଟ ପ୍ରାୟ ଶୂନଶାନ ଦେଖାଯାଉଛି। ଦିନ ମଜୁରିଆ, ଚାଷୀ, ଖୋଲା ଆକାଶ ତଳେ କାମ କରୁଥିବା ଲୋକମାନେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ସକାଳ ୧୧ଟା ପରେ ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି।

ପାଣିପାଗ ବିଭାଗ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ଗରମ ଜାରି ରହିବାର ସମ୍ଭାବନା ଜଣାଇଛି। କେତେକ ଜିଲ୍ଲାରେ ହିଟ୍‌ୱେଭ୍‌ ସ୍ଥିତି ଦେଖାଦେଇପାରେ। ସେଥିପାଇଁ ଦିନ ବେଳେ ଅନାବଶ୍ୟକ ଭାବେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.