Latest Odisha News

BREAKING NEWS

ବିଜୟଙ୍କ ଯୁଗରେ ଫେରିଲା କଂଗ୍ରେସ, ୬ ଦଶନ୍ଧି ପରେ କ୍ଷମତା…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର କରାଯାଇଛି। ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କଲେ CM ବିଜୟ।ନୂଆ ସରକାରରେ ବିଜୟଙ୍କ ଟିଭିକେ ଦଳର ୨୧ ଜଣ ଏବଂ ସହଯୋଗୀ କଂଗ୍ରେସ ଦଳର ଦୁଇଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଟିଭିକେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଦୁଇଟି ପ୍ରମୁଖ ସହଯୋଗୀ ଦଳ ଆଇୟୁଏମଏଲ ଏବଂ ଭିସିକେ ବର୍ତ୍ତମାନ ଏହି କ୍ୟାବିନେଟ୍ ବିସ୍ତାରର ଅଂଶ ନୁହଁନ୍ତି। ଯଦିଓ ଉଭୟ ଦଳର ଦୁଇ ଜଣ ଲେଖାଏଁ ବିଧାୟକ ରହିଛନ୍ତି। ସେହିପରି କ୍ୟାବିନେଟ୍‌ରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଆଇୟୁଏମଏଲ ଏବଂ ଭିସିକେ ଉଭୟଙ୍କ ପାଇଁ ଗୋଟିଏ କ୍ୟାବିନେଟ୍ ପଦବୀ ସଂରକ୍ଷିତ ରଖାଯାଇଛି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସେମାନଙ୍କର ମନ୍ତ୍ରୀ ପଦ ଚୂଡ଼ାନ୍ତ କରିନାହାଁନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଦୁଇ ସହଯୋଗୀଙ୍କୁ ସରକାରରେ ସାମିଲ କରାଯିବ। ତେବେ ଟିଭିକେ ନେତୃତ୍ୱ ବର୍ତ୍ତମାନ ବାହାରୁ ସରକାରଙ୍କୁ ସମର୍ଥନ କରୁଥିବା ଭିସିକେ, ସିପିଆଇ, ସିପିଏମ ଏବଂ ଆଇୟୁଏମଏଲକୁ ଆନୁଷ୍ଠାନିକ ଭାବରେ ମିଳିତ ସରକାରରେ ଯୋଗଦେବା ପାଇଁ ଆମନ୍ତ୍ରଣ କରୁଥିବା ଜଣାପଡ଼ିଛି।

ପ୍ରାୟ ଛଅ ଦଶନ୍ଧି ପରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ କ୍ୟାବିନେଟରେ କଂଗ୍ରେସ ବିଧାୟକ ଏସ. ରାଜେଶ କୁମାର ଏବଂ ପି. ବିଶ୍ୱନାଥନଙ୍କୁ ସାମିଲ କରିବା ନେଇ ମଞ୍ଜୁରୀ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଘଟଣା ସମ୍ପର୍କରେ ଏଆଇସିସିର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହା ଆମ ପାଇଁ ଏକ ଐତିହାସିକ ଅବସର, କାରଣ କଂଗ୍ରେସ ୫୯ ବର୍ଷର ଦୀର୍ଘ ବ୍ୟବଧାନ ପରେ ତାମିଲନାଡୁ କ୍ୟାବିନେଟରେ ଯୋଗ ଦେଉଛି।’ ସେ ଉଭୟ ନେତାଙ୍କୁ ଶୁଭକାମନା।

Leave A Reply

Your email address will not be published.