Latest Odisha News

BREAKING NEWS

ନଦୀ ପଠାରେ ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର, କେହି ମାରି ପୋତି ଦେଇଥିବା ସନ୍ଦେହ…

କଟକ: କାଠଯୋଡି ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ କେହି ଦୃର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି । କୁକୁର ମୃତଦେହ ଖାଉଥିବା ବେଳେ ସ୍ଥାନୀୟଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ତାହା ଜଣାପଡିନାହିଁ ।

ତେବେ ଆଜି ସକାଳୁ କଟକ ବ୍ରାହ୍ମଣି ଗାଁ ନିକଟ କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କ ଅଧା ପୋତା ମୃତଦେହ ପଡିଥିବାର ଗାଁ ଲୋକେ ଦେଖିଥିଲେ । ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ମୃତ ମହିଳା ଜଣକ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣାପଡିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ରାତିହେଲେ ନଦୀ କୂଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ । କେହି ତାଙ୍କୁ ମାରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଥିବାବେଳେ, ତଦନ୍ତ ପରେ ଘଟଣାର ସତ୍ୟତା କଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.