ଭୁବନେଶ୍ୱର: ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ବିଭାଗର ନୂତନ ନିର୍ଦ୍ଦେଶକ ହେଲେ ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି । ସେ ଆଜି ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କଟକରେ ଆୟକର କମିଶନର ଭାବେ କାର୍ଯ୍ୟ କରୁଥିଲେ ।
୨୦୦୫ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆର୍ଏସ୍) ଅଧିକାରୀ ହେଉଛନ୍ତି ଆଶିଷ ଚନ୍ଦ୍ର ମହାନ୍ତି । ଆୟକର ବିଭାଗରେ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଶ୍ରୀ ମହାନ୍ତିଙ୍କ ସୁଦୀର୍ଘ ଅଭିଜ୍ଞତା ଦ୍ୱାରା ଓଡ଼ିଶା ରାଜ୍ୟ ଟିକସ ପ୍ରଶାସନ ଅଧିକ କ୍ରିୟଶୀଳ ହେବା ସହିତ ଓ ଅର୍ଥନୈତିକ ଅପରାଧ ରୋକିବା ଦିଗରେ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି ।
ଏହି ନୂତନ ନିଯୁକ୍ତି ପୂର୍ବରୁ ଆଶିଷ ଚନ୍ଦ୍ର ମହାନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଟିକସ ନୀତି ଡିଭିଜନ’ ଓ ନୂଆଦିଲ୍ଲୀର ‘ଅନୁସନ୍ଧାନ ନିର୍ଦ୍ଦେଶାଳୟ’ ଭଳି ପ୍ରମୁଖ ବିଭାଗରେ ଉଚ୍ଚ ପଦବିରେ କାର୍ଯ୍ୟ କରି ସାରିଛନ୍ତି ।