Latest Odisha News

BREAKING NEWS

ବିପୁଲଙ୍କ ସହ ସାଇନ୍ସ ଫିକ୍ସନ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାର ସର୍ବଦା ତାଙ୍କ ଫିଲ୍ମ ଚୟନ ନେଇ ପ୍ରଶଂସକଙ୍କୁ ଚକିତ କରି ଦେଇଥାନ୍ତି । ଏବେ ସେ ସମୂକ ନାମକ ଏକ ସାଇନ୍ସ ଫିକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏଲିୟନ୍ସଙ୍କ ଉପରେ ଏହା ଆଧାରିତ । ଦି କେରଳ ଷ୍ଟୋରୀ ଫେମ ଫିଲ୍ମମେକର ବିପୂଲ ଅମୃତଲାଲ ଶାହ ଏହାକୁ ପ୍ରଡ୍ୟୁସ କରିବେ । କନୀଶ ଶର୍ମା ଏହାର ନିର୍ଦ୍ଦେଶନା ଦେବେ । ଅକ୍ଷୟ ଏହି ଫିଲ୍ମରେ ଅଭିନୟ କରୁଥିବା ଅଫିସିଆଲ ଭାବେ ଘୋଷଣା ମଧ୍ୟ କରିଛନ୍ତି । ଏଲିୟନ ଯେପରି ସମ୍ପୂର୍ଣ୍ଣ ସତ ଲାଗିବ ସେଥିପାଇଁ ହଲିଉଡର ସାଇନ୍ସ ଫିକ୍ସନ ଫିଲ୍ମରେ କାମ କରିଥିବା ଆଲେକ ଗିଲିସ ଓ ବ୍ଲ୍ୟୁକ ଟମ୍ବରଙ୍କ ସହ ମଧ୍ୟ ମେକର୍ସ ଯୋଗାଯୋଗ କରିଛନ୍ତି ।

ଅନ୍ୟ ଏଲିୟନ ଫିଲ୍ମ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ କରିବା ପାଇଁ ମେକର୍ସ ଯଥାସମ୍ଭବ ଉଦ୍ୟମ କରିଛନ୍ତି । ଅକ୍ଷୟ ଏବେ ତାଙ୍କର ଆଗାମୀ ଫିଲ୍ମ ୱେଲକମ ଟୁ ଦି ଜଙ୍ଗଲର ରିଲିଜ ନେଇ ବ୍ୟସ୍ତ ଅଛନ୍ତିି । ଏହା ଜୁନ ୨୬ରେ ରିଲିଜ ହେବ ବୋଲି ସ୍ଥ୍‌ିର ହୋଇଛି । ଏହା ବ୍ୟତୀତ ସେ ପ୍ରିୟଦର୍ଶନଙ୍କ ହୈବାନ ଫିଲ୍ମରେ ସୈଫ ଅଲୀ ଖାଁଙ୍କ ସହ ଅଭିନୟ କରୁଛନ୍ତି । ଏହା ସେପ୍ଟମ୍ବରରେ ରିଲିଜ ହେବ । ଅକ୍ଷୟ ଏହା ପରେ ସମୂକ ଫିଲ୍ମରେ କାମ ଆରମ୍ଭ କରିବେ ।

Leave A Reply

Your email address will not be published.