Latest Odisha News

BREAKING NEWS

ଡଙ୍ଗା ବୁଡି ୮ ମୃତ, ୩ ନିଖୋଜ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କୁଲୁ ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରବଳ ସ୍ରୋତ ଯୋଗୁଁ ସାମୁକା ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ୮ ଜଣ ବୁଡ଼ି ଯାଇ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ଜଣା ପଡିଛି । ଡଙ୍ଗାରେ ମୋଟ ୧୪ ଜଣ ଥିଲେ । ୩ ଜଣ ଏବେ ବି ନିଖୋଜ ଅଛନ୍ତି, ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ପ୍ରତିଦିନ ନଦୀକୁ ସାମୁକା ସଂଗ୍ରହ କରିବାକୁ ଯାଉଥିଲେ । ଯେତେବେଳେ ସେମାନେ ନଦୀରେ ପ୍ରବେଶ କରିଥିଲେ, ପାଣି କେବଳ ଆଣ୍ଠୁଏ ଗଭୀର ଥିଲା । କିନ୍ତୁ, ଜଳସ୍ତର ହଠାତ୍ ବୃଦ୍ଧି ପାଇଲା, ଯାହା ଫଳରେ ନଦୀରେ ପ୍ରବେଶ କରିଥିବା ସମସ୍ତେ ପ୍ରଖର ସ୍ରୋତରେ ଫସି ଯାଇଥିଲେ ।

ଉତ୍ତର କନ୍ନଡ ଜିଲ୍ଲା ପୋଲିସ ଅଧିକ୍ଷକ ୮ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ନିଶ୍ଚିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଅନ୍ୟ ୭ ଜଣ ମହିଳା ଅଛନ୍ତି । ନିଖୋଜ ୩ ଜଣଙ୍କୁ (ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ) ଖୋଜିବା ପାଇଁ ଏକ ସନ୍ଧାନ ଅଭିଯାନ ଚାଲିଛି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଆହତଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ଆମେ ବହନ କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.