Latest Odisha News

BREAKING NEWS

ବାହର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଏନସିବି, ୨ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ

ଭୁବନେଶ୍ୱର: ଓଡ଼ିଶାରୁ ବାହାର ରାଜ୍ୟକୁ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଘଟଣାରେ ୨କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ସହ ୨ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ୨ ଆନ୍ତଃରାଜ୍ୟ ନିଶା ମାଫିଆ ହେଲେ ଏମ୍ .ଡି ପ୍ରକାଶ ଓ ଏନ୍ .ଏମ୍ ପଦ୍ମଲାଲ ।

ଖବର ମୁତାବକ, କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ସଂଗ୍ରହ କରି ଟ୍ରକ୍ ର ସିକ୍ରେଟ୍ ଚାମ୍ବରରେ ଭର୍ତ୍ତି କରି ଚାଲାଣ ହେଉଥିବାବେଳେ, ବିଶେଷ ସୂତ୍ରରୁ ଖବର ପାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୋଣ୍ଡିଆ ଅଞ୍ଚଳରେ ଚଢାଉ କରିଥିଲା । ନିଶା ମାଫିମାନେ ଖସି ପଳାଉଥିବା ବେଳେ ପ୍ରାୟ ୫ କିଲୋମିଟର ଧରି ଗୋଡାଇ ଗୋଡାଇ ସେମାନଙ୍କୁ ଧରିବାରେ ସଫଳ ହୋଇଛି ଏନସିବି ।

ତେବେ ଟ୍ରକରୁ ୧୦୦ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହାର ଚେର କେଉଁ ଆଡେ ଲମ୍ବିଛି ଏବଂ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.