Latest Odisha News

BREAKING NEWS

ପୁରୀରୁ ଗିରଫ ହେଲେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ବିଧାୟକ ଦିଲୀପ ମଣ୍ଡଳ

ପୁରୀ: ଶେଷରେ ପୋଲିସ ହାତରେ ଧରାପଡ଼ିଲେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ବିଧାୟକ ଦିଲୀପ ମଣ୍ଡଳ। ଗତ କିଛି ସପ୍ତାହ ଧରି ଫେରାର ଥିବା ଦିଲୀପଙ୍କୁ ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ପୁରୀର ଏକ ହୋଟେଲରୁ ଗିରଫ କରିଛି।

ଦକ୍ଷିଣ ୨୪ ପ୍ରଗଣାର ବିଷ୍ଣୁପୁର ଆସନରୁ ନିର୍ବାଚିତ ଏହି ବିଧାୟକଙ୍କ ନାଁରେ ବିରୋଧୀଙ୍କୁ ଧମକାଇବା ଭଳି ଗୁରୁତର ଅଭିଯୋଗ ରହିଛି। ଅଭିଯୋଗ ଆସିବା ପରେ ସେ ଆତ୍ମଗୋପନ କରିଥିଲେ। ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଫେରାର ଥିଲେ।

ପୁରୀର ଯେଉଁ ହୋଟେଲରେ ସେ ରହୁଥିଲେ, ସେଠାରେ ଦିଲୀପ ନିଜ ନାମରେ ରୁମ୍ ବୁକ୍ କରିଥିଲେ। ସୂଚନା ମିଳିବା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଛି। ହୋଟେଲ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଆବଶ୍ୟକୀୟ କାଗଜପତ୍ର ଦେଖାଇବା ପରେ ସେ ରୁମ୍ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଦିଲୀପ ମଣ୍ଡଳଙ୍କ ପୁଅ ଅର୍ଘ୍ୟ ମଣ୍ଡଳକୁ ମଧ୍ୟ କିଛି ଦିନ ପୂର୍ବେ ପୋଲିସ ଗିରଫ କରିଥିଲା। ଅର୍ଘ୍ୟଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ବର୍ତ୍ତମାନ ବାପାଙ୍କ ଗିରଫଦାରୀ ପରେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ଏବେ ଟିଏମସିର ଅନେକ ନେତା ଭିନ୍ନ ଭିନ୍ନ ମାମଲାରେ ତଦନ୍ତ ପରିସରକୁ ଆସୁଛନ୍ତି। ଦିଲୀପଙ୍କ ଗିରଫଦାରୀକୁ ଦଳ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି। ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.