Latest Odisha News

BREAKING NEWS

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ୨ ଗିରଫ, ଜଣେ ଫେରାର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା । ଗିରଫ ହେଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ରହିଛି । ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସୂଚନା ।

ତେବେ ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଧନେଶ୍ବର ବାରିକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା । ଏହା ସହ ସ୍ଥାନୀୟ ତଦନ୍ତ ଆଧାରରେ ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଓ ଅଭିଯୁକ୍ତ ନାବାଳକ (୧୭)କୁ ଆଜି ଥାନାକୁ ଆଣି ପଚରାଉଚରା କରାଯାଇଥିଲା । ଏହା ପରେ ଉଭୟ ନିଜ ଅପରାଧ ସ୍ବିକାର କରିଥିଲେ ।

ଅଭିଯୁକ୍ତ ପ୍ରକାଶ କୁମାର ସାହୁ, ଅଣ୍ଡା ଫୋପାଡ଼ିଥିବା ନାବାଳକ ଓ କାଳିଆ ବେହେରାକୁ ଉସ୍‌ କାଇଥିଲା । ଅଭିଯୁକ୍ତ ସାହୁକୁ ଖୋର୍ଦ୍ଧା ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି ।

Leave A Reply

Your email address will not be published.