Latest Odisha News

BREAKING NEWS

ହିଟ୍ ଆଣ୍ଡ ରନରେ ବରେନ୍ୟ ରାଉତରାୟଙ୍କୁ ହତ୍ୟା ଘଟଣା; ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକରେ ବରେନ୍ୟ ରାଉତରାୟଙ୍କୁ ହତ୍ୟାରେ ଓଡ଼ିଆ ଫିଲ୍ମ ହିରୋଙ୍କ ସାମିଲ ଘଟଣାରେ ଏବେ ଆଉ ଏକ ସତ ସାମ୍ନାକୁ ଆସିଛି । ଘଟଣାରେ ଟେଲି ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ, ବରେନ୍ୟଙ୍କୁ ରାସ୍ତାରେ ଗାଡି ଚଢାଇ ହତ୍ୟା ପୁର୍ବରୁ ସରୋଜ ସ୍ଵସ୍ତିକଙ୍କ କାର ସ୍ପା ସାମ୍ନାରେ ଗଣ୍ଡଗୋଳ ହୋଇଥିଲା । ଯେଉଁଠି ପ୍ରଥମେ ବରେନ୍ୟ ଓ ତାର ଦୁଇ ସାଙ୍ଗକୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରଜ ବିଶ୍ବକର୍ମା ଓ ତାର ଅନ୍ୟ ସହଯୋଗୀ । ସେଠାରେ ସରୋଜ ସ୍ବସ୍ତିକ ମଧ୍ୟ ବରେନ୍ୟଙ୍କୁ ଆକ୍ରମଣ କରିଥିଲେ । କ୍ରିକେଟ ଷ୍ଟମ୍ପ ଓ ମାରଣାସ୍ତ୍ରରେ ଆକ୍ରମଣ ପରେ ଯେତେବେଳେ ବରେନ୍ୟ ଓ ତାର ସାଙ୍ଗ ଜୀବନ ବିକଳରେ ଖସିଯାଇଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ସୁରଜ ଓ ତାର ଅନ୍ୟ ସାଙ୍ଗ ମିଶି ଗାଡି ଚଢାଇ ହତ୍ୟା କରିଥିଲେ ।

ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଓଡିଆ ଫିଲ୍ମ ଯାଯାବରରେ ହିରୋ ଥିଲେ । ଏହା ସହ ଅନ୍ୟ ଦୁଇଟି ଓଡିଆ ଫିଲ୍ମରେ ମଧ୍ୟ ଲିଡ ରୋଲରେ ଥିଲେ । କେତେ ଗୁଡିଏ ଓଡିଆ ଭଜନ ଓ ଆଲବମ୍ ରେ ମଧ୍ୟ ଅଭିନୟ କରିଥିଲେ ।

Leave A Reply

Your email address will not be published.