Latest Odisha News

BREAKING NEWS

ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ପୂର୍ବରୁ ବିସିସିଆଇ ଦୁଇ ଷ୍ଟାର ଖେଳାଳିଙ୍କୁ ଫିଟନେସ ପ୍ରମାଣ କରିବା ପାଇଁ କହିଛି । ଅନ୍ତିମ ଏକାଦଶରେ ସ୍ଥାନ ପାଇବାକୁ ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା ସିଓଇରୁ ଫିଟନେସ କ୍ଲିୟରାନ୍ସ ପ୍ରମାଣ ଆଣିବାକୁ ହେବ । ଜୁନ ୨ରୁ ଏକ ସପ୍ତାହ ପର୍ଯ୍ୟନ୍ତ ହାର୍ଦ୍ଦିକ ସିଓଇରେ ଫିଟ ହେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଏହି ସମୟ ମଧ୍ୟରେ ଫିଟନେସ ଡ୍ରିଲ, ଫିଜିକାଲ ଆସେସମେଂଟ ପର୍ଯ୍ୟାୟ ଦେଇ ଯିବାକୁ ହେବ । ସବୁ କିଛି ସନ୍ତୋଷଜନକ ହେଲେ ଖେଳିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯିବ ।

ଆଇପିଏଲ ୨୦୨୬ ଅବସରରେ ହାର୍ଦ୍ଦିକ ପିଠି ସମସ୍ୟା ଯୋଗୁ କେତେକ ମ୍ୟାଚରେ ଖେଳି ନ ଥିଲେ । ସେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ରୋହିତ ମଧ୍ୟ ଆଇପିଏଲରେ ଆଘାତ ସମସ୍ୟାରେ ପଡିଥିବାରୁ ତାଙ୍କୁ ମଧ୍ୟ ଫିଟନେସ ଟେଷ୍ଟ ପାସ କରିବାକୁ ପଡିବ । ଜୁନ ୧୩ରୁ ଧର୍ମଶାଳାରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହେବ ।

Leave A Reply

Your email address will not be published.