Latest Odisha News

BREAKING NEWS

ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି ।

ଖବର ଅନୁଯାୟୀ, କିଛି ଏନଜିଓ କର୍ମଚାରୀ ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି । ୧୬ ନମ୍ବର ଏନ୍‌ଏଚ୍‌ର ବରମୁଣ୍ଡା ଓଭରବ୍ରିଜ୍ କଡ଼ ସର୍ଭିସ ରୋଡରେ ରାତି ପ୍ରାୟ ୧୧ଟା ବେଳେ ଯୁବତୀମାନେ ବସ୍‌ କୁ ଅପେକ୍ଷା କରିଥିଲେ । ଆଖପାଖରେ ଦଲାଲ ମାନେ ସେମାନଙ୍କ ଉପରେ ନଜର ରଖିଥିବାରୁ କୌଶଳ କ୍ରମେ ଜଣେ ଯୁବତୀ ଖସି ଆସି ସୁରକ୍ଷାକର୍ମୀଙ୍କୁ ସବୁ କଥା ଜଣାଇଥିଲେ । ସୁରକ୍ଷାକର୍ମୀମାନେ ଯୁବତୀଙ୍କୁ ଉଦ୍ଧାର କରି ବସ୍‌ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଛନ୍ତି ।

ତେବେ ବସ୍‌ ଷ୍ଟାଣ୍ଡରୁ ଦଲାଲମାନେ ଖସିଯିବାରେ ସଫଳ ହୋଇଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଯୁବତୀମାନଙ୍କୁ ଚାକିରି ଦେବା ବାହାନାରେ ଅନ୍ୟତ୍ର ଚାଲାଣ କରାଯାଉଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.