Latest Odisha News

BREAKING NEWS

ଗୁଆଙ୍ଗସିରେ ଭୟଙ୍କର ବିସ୍ଫୋରଣ, ୭ ମୃତ, ୧୭ ଗୁରୁତର

ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଗୁଆଙ୍ଗସି ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ବିସ୍ଫୋରଣ ଏତେ ଜୋର ଥିଲା ଯେ ଅନେକ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ବିସ୍ଫୋରଣ ଖବର ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେବି ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଏହି ଦୁର୍ଘଟଣା ପାଇପ୍ ଗ୍ୟାସ୍ ଲିକ୍ କାରଣରୁ ହୋଇଥାଇପାରେ । ପୋଲିସ କହିଛି ଯେ ସାର୍ବଜନୀନ ସୁରକ୍ଷା ଏଜେନ୍ସିଗୁଡ଼ିକ ବିସ୍ଫୋରଣର କାରଣ ତଦନ୍ତ କରୁଛନ୍ତି । ବିସ୍ଫୋରଣର କାରଣ ବର୍ତ୍ତମାନ ସ୍ପଷ୍ଟ ନୁହେଁ ।

Leave A Reply

Your email address will not be published.