Latest Odisha News

BREAKING NEWS

ଦିଲ୍ଲୀରେ ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍‌ରେ ଗୁଳିକାଣ୍ଡ: ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

ନୂଆଦିଲ୍ଲୀ: ଦିଲ୍ଲୀର ବାହାରପାର୍ଶ୍ୱ ପଶ୍ଚିମ ବିହାରରେ ଥିବା ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍‌ ରେ ଗୁଳିକାଣ୍ଡ ହୋଇଛି । ଏଥିପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ । ଏନେଇ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଏହାକୁ ସ୍ବିକାର କରିଛି । ପୋଲିସ ଏବେ ବି ଏହି ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଯାଞ୍ଚ କରୁଛି ।

ବିଷ୍ନୋଇ ଗ୍ୟାଙ୍ଗ୍ ର ସଦସ୍ୟ ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ଅଭିନେତା ସଲମାନ ଖାନଙ୍କ “ଅତ୍ୟଧିକ ନିକଟତର” ହେଉଥିବା ଗାୟକଙ୍କୁ ସତର୍କ କରିବା ପାଇଁ ଗୁରୁ ରନ୍ଧାୱାଙ୍କ ଜିମ୍, ’24HS ଫିଟନେସ୍’କୁ ଟାର୍ଗେଟ କରାଯାଇଥିଲା ।

ପଣ୍ଡିତ ପୋଷ୍ଟରେ ଦାବି କରିଛନ୍ତି, “ଆମେ ଦିଲ୍ଲୀରେ ଗୁରୁ ରନ୍ଧାୱାଙ୍କ ଜିମ୍‌କୁ ଟାର୍ଗେଟ କରିଥିଲୁ କାରଣ ସେ ସଲମାନ ଖାନଙ୍କ ଅତି ନିକଟତର ହେଉଥିଲେ,” ଏବଂ “ଶତ୍ରୁମାନଙ୍କ” ଉପରେ ଆହୁରି ଆକ୍ରମଣ ପାଇଁ ଚେତାବନୀ ଦେଇଥିଲେ । ପୋଷ୍ଟରେ ଲେଖିାଅଛି ଯେ, “ଆମେ ତୁମକୁ ସଲମାନଙ୍କଠାରୁ ଦୂରେଇ ରହିବାକୁ କହିଥିଲୁ, ସେ ଆମର ଶତ୍ରୁ।”

ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି । ଦିଲ୍ଲୀ ପୋଲିସ ଅନୁଯାୟୀ, ଦିଲ୍ଲୀର ଜଣେ ବାସିନ୍ଦା ଗୁରୁ ରନ୍ଧାୱାଙ୍କ ’24HS ଫିଟନେସ୍’ ଫ୍ରାଞ୍ଚାଇଜ୍ ଅଧୀନରେ ଜିମ୍ ଚଳାଉଥିଲେ । ଗୁଳିକାଣ୍ଡ ଘଟଣା ବିଷୟରେ ପଚାରିବା ପାଇଁ ପୋଲିସ ମାଲିକଙ୍କ ସହ ଯୋଗାଯୋଗ କରିଛି ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଏକ ବାଇକ୍ ରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ଜିମ୍ ଉପରେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ପୋଲିସ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏବଂ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି । ଗୁଳିକାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ଏବଂ ଏହାର ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.