Latest Odisha News

BREAKING NEWS

ମହିଳା ସରପଞ୍ଚ ଚାମେଲି ‘ନିର୍ଯାତନା’ର ଶିକାର, ବିଧାୟକଙ୍କ କାର୍ଯ୍ୟଧାରାକୁ ନେଇ ଝାଡିଦେଲେ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଫିସରେ ଘଟିଥିବା ହାଇଡ୍ରାମା ପରେ ଏବେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାକ୍ ଯୁଦ୍ଧ ଓ ମୁହାଁମୁହିଁ ପରିସ୍ଥିତି ପରେ ମହାକାଳପଡ଼ା ଥାନାରେ ଉଭୟ ପକ୍ଷରୁ ସଙ୍ଗୀନ ମାମଲା ରୁଜୁ କରାଯାଇଛି।

ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବନ୍ଦ ହେବା ପ୍ରତିବାଦରେ ସରପଞ୍ଚ ଚାମେଲି ଓଝା ବିଡିଓଙ୍କୁ ଦାବିପତ୍ର ଦେବାକୁ ଆସିଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ମହିଳା ସରପଞ୍ଚ ଚାମେଲି ‘ନିର୍ଯାତନା’ର ଶିକାର, ବିଧାୟକଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇବା ସହ କିଭଳି ଦୁଇ ବର୍ଷ ହେଲା ବିକାଶ ଠପ୍ ହୋଇଯାଇଛି ଆଜି ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ ମିଡିଆକୁ ଆଜି ପ୍ରତିକ୍ରିୟା ଦେବା ବେଳେ ସିଧାସଳଖ କହିଛନ୍ତି ଯେ ପୋଲିସ ହେପାଜତରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ସ୍ଥାନୀୟ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ଅସଦାଚରଣ କରାଯାଇଛି।

ଅନ୍ୟପଟେ ବ୍ଲକ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି। ବିଡିଓଙ୍କ ଏତଲା ଅନୁଯାୟୀ, ସରପଞ୍ଚ ଚାମେଲି ସରକାରୀ କାର୍ଯ୍ୟାଳୟ ମଧ୍ୟରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଲାଇଭ୍ ପ୍ରସାରଣ କରିବା ସହ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରି କାର୍ଯ୍ୟରେ ବାଧା ଉପୁଜାଇଥିଲେ। ଏପରିକି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ସେ କାମୁଡ଼ି ଦେଇଥିବା ପୋଲିସ ପକ୍ଷରୁ ଅଭିଯୋଗ ହୋଇଛି।

ପୋଲିସ ଚାମେଲିଙ୍କୁ ଅଟକ ରଖିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ସଂଘ ଚାମେଲିଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସମଗ୍ର ଅଞ୍ଚଳରେ ରାଜନୈତିକ ତାତି ବୃଦ୍ଧି ପାଇଛି। ପୋଲିସ ଏବେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.