Latest Odisha News

BREAKING NEWS

ଇତିହାସ ରଚିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ର ହେଲେ ବିଜେତା

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି ସୁଦର୍ଶନ । ଋଷିଆର କଲିନିନଗ୍ରାଡରେ ଆୟୋଜିତ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ୍ ସ୍ୟାଣ୍ଡ ସ୍କଲପଚରରେ ସୁଦର୍ଶନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ତେବେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ଜିତିବାରେ ସୁଦର୍ଶନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ । ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଗ୍ଲୋବାଲ ୱାମିଂକୁ ନେଇ ନିର୍ମାଣ କରିଥିବା ପ୍ରଭାବଶାଳୀ ବାଲୁକା କଳା ପାଇଁ ସୁଦର୍ଶନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ୍ ସ୍ୟାଣ୍ଡ ସ୍କଲପଚରରେ ୧୨ଟି ଦେଶ ସାମିଲ ହୋଇଥିଲେ ।

ସମ୍ମାନୀତ ହେବା ପରେ ସୁଦର୍ଶନ କହିଛନ୍ତି ପୋଷ୍ଟ କରି କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଉଷ୍ମତା ବୃଦ୍ଧିର ବିଶ୍ୱ ସମସ୍ୟାକୁ ଉଜାଗର କରି ମୋର କାର୍ଯ୍ୟ ପାଇଁ ରୁଷିଆର କାଲିନିନଗ୍ରାଡରେ ଦ୍ୱିତୀୟ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ରୁଷୀୟ ଗ୍ରାଣ୍ଡ ବାଲୁକା ମାଷ୍ଟର କପ୍‌ ୨୦୨୬ ପାଇବାକୁ ସମ୍ମାନିତ । ଏହି ସମ୍ମାନଜନକ ମାନ୍ୟତା ପାଇବାରେ ପ୍ରଥମ ଭାରତୀୟ ବାଲୁକା କଳାକାର ହୋଇଥିବାରୁ ମୁଁ ଗର୍ବିତ । ଆୟୋଜକ, ଜୁରି ସଦସ୍ୟ ଏବଂ ମୋର କଳା ଯାତ୍ରାକୁ ସମର୍ଥନ ଏବଂ ଉତ୍ସାହିତ କରିଥିବା ପ୍ରତ୍ୟେକଙ୍କ ପ୍ରତି ମୁଁ ଆନ୍ତରିକ ଭାବରେ କୃତଜ୍ଞ ।

Leave A Reply

Your email address will not be published.