ଧର୍ମଶାଳା: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଭ୍ରମଣକାରୀ ଆଫଗାନିସ୍ତାନ ଟିମକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ରହମାନୁଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ଶତକ ସହାୟତାରେ ୨୪.୫ ଓଭରରେ ୧୯୪ ରନ କରି ଅଲଆଉଟ ହୋଇ ଯାଇଥିଲା । ହସମତୁଲ୍ଲା ଶାହୀଦ ୨୭ ଓ ଅଜମୁତାଲ୍ଲା ଓମ୍ରଜାଇ ୨୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ବର୍ଷା ଯୋଗୁ ମ୍ୟାଚକୁ ୫୦ ଓଭର ବଦଳରେ ୨୫ ଓଭର ବିଶିଷ୍ଟ କରାଯାଇଥିଲା ।
ଭାରତ ପକ୍ଷରୁ ହର୍ଷ ଦୁବେ ଗୁରନାନ ବ୍ରାର ୩ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଭାରତ ୨୨.୫ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଶୁଭମନ ଗିଲ ୮୪ ଓ କେଏଲ ରାହୁଲ ୩୯ ରନ କରି ଅପରାଜିତ ରହିଥିଲେ । ରୋହିତ ଶର୍ମା ୧୬, ଈଶାନ କିଶାନ ୩୪ ଓ ଶ୍ରେୟାଶ ଆୟାର ୧୨ ରନ କରି ଆଉଟ ହୋଇଥିଲେ । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିିରିଜରେ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି ।